ନଭେମ୍ବର ୨୮ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 28, 2021 IST

ମେଷ– ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ବନ୍ଧୁ ସହଯୋଗରେ କାର୍ଯ୍ୟ ସାଧନ କରିବେ । ଦୂର ଯାତ୍ରା କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାରମ୍ଭ କରଣୀୟ ନୁହେଁ । ଶୁଭରଙ୍ଗ ଧଳା । ଶୁଭଅଙ୍କ ୬ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।
• ଛାତ୍ରଛାତ୍ରୀ- କମନୀୟ ଶରୀରଯୁକ୍ତ ହେବେ ।
• ରୋଗୀ- ଆୟୁର୍ବେଦ ଚିକିତ୍ସାଲାଭ ଦେବ ।
• ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ବୃଷ–ସ୍ୱାସ୍ଥ୍ୟହାନୀର ଆଶଙ୍କା ଅଛି । ଚକ୍ଷୁପୀଡା, ଅଗ୍ନିମାନ୍ଦ୍ୟ କିମ୍ବା ସ୍ନାୟୁମଣ୍ଡଳୀରେ ଅସୁସ୍ଥତା ଆସିପାରେ । କର୍ମକ୍ଷେତ୍ରରେ ଉଦଯୋଗ ସିଦ୍ଧି କରିପାରିବେ । ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।
• ଚାଷୀ-ଜମିର ଉର୍ବରତା ପାଇଁ ଜୈବିକସାରର ବ୍ୟବହାର କରନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ମିଥୁନ – ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ଦାୟକହେବ । କର୍ମକୁଶଳତା ବଢିବ । ଅର୍ଥ ବଳ ଅଧିକ ରହିବ । ବନ୍ଧୁ ପରିଜନଙ୍କ ଠାରୁ ଉତ୍ସାହ ମିଳିବ । ପୂର୍ବରୁ ମାନସିକ ଆଳସ୍ୟ, ବିମର୍ଷତା ଅଧିକ ପରିମାଣରେ ଦୁର କରିପାରିବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୯ ।
• ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ପାଠପଢା ବିଦେଶ ଯିବା ସମସ୍ୟା ରହିବ ।
• ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

କର୍କଟ– ଯାନ ବାହାନରେ ବ୍ୟୟବରାଦ ଆସିବ । ପରିପାର୍ଶ୍ଵିକ ସ୍ଥିତିକୁ ଆଖି ଆଗରେ ରଖି ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବେ । ଦେବାଦେବୀ କାର୍ଯ୍ୟରେ ଆଗ୍ରହ ବଢିବ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୨ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ସିଂହ– ଧର୍ମ ଧାରଣା ବଢିବ । ଦୃଢବିଶ୍ୱାସକୁ ପାଥେୟ କରି ଅଗ୍ରଗତି ଅବ୍ୟାହତ ରଖିବେ । ସାମୟିକ ଭାବରେ ଦେହ ଅସୁସ୍ଥ ହୋଇପାରେ । ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ନିର୍ମାଣମୂଳକ କର୍ମରେ ଅଗ୍ରଗତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୬ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• ରୋଗୀ-ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

କନ୍ୟା–ଚନ୍ଦ୍ରଙ୍କର ଅଷ୍ଟମସ୍ଥିତି ପରିବାର କିମ୍ବା କର୍ମକ୍ଷେତ୍ରରେ ପ୍ରତିକୂଳ ସ୍ଥିତି ଆଣିପାରେ । କର୍ତ୍ତବ୍ୟରେ ଅବହେଳା କରି ପଶ୍ଚାତାପ କରିବେ । ଗୃହ ଭୂମି ସଂପର୍କୀୟ ଋଣ ଭାବର ଅଧିକ ହେବ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।
• ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

ତୁଳା– ପ୍ରିୟ ପରିଜନଙ୍କ ଠାରୁ ସହଯୋଗ ଓ ସଦ୍ଦିଚ୍ଛା ପାଇବେ । ପରିବାରର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ଘଟିବ । ମନୋବଳ ଦୃଢରହିବ । ଦାନ ଧର୍ମରେ ମନ, ଉଦ ଯୋଗସିଦ୍ଧି, ମାନ ସମ୍ମାନ ପ୍ରତିଷ୍ଠା ଓ ସଜ୍ଜନ ସଂପର୍କରେ ଆସିବେ । ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୭ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
• ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।

ବିଛା–ସାହସ ହ୍ରାସ ପାଇବ । ନିଜକୁ ଅଧିକ ସଂକୁଚିତ ମନେ କରିବେ । ଦେହ ଅସୁସ୍ଥ ରହିପାରେ । ପାରିବାରିକ ସହଯୋଗ ଓ ଅନୁପ୍ରେରଣା ପାଇବେ । କର୍ମକ୍ଷେତ୍ରରେ ଆସିବାକୁ ଥିବା କେତେକ ସୁଯୋଗ ହାତଛଡା ନ କରିବା ହିତକର । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ଧନୁ –ଅର୍ଥ ବୃତ୍ତିରେ ଉନ୍ନତି ଯୋଗ ଅଛି । ନିଜର ପରାକ୍ରମ ଓ ଶକ୍ତି ବିନିଯୋଗ କରି ସମ୍ମାନ ଓ ପ୍ରତିଷ୍ଠା ପାଇବେ । ଶୁଭଚିନ୍ତକଙ୍କ ସଂଖ୍ୟା ବଢିବ । ଯାନବାହନ, ଭୂମି, ଗୃହୋପକରଣ କ୍ରୟର ସୁଯୋଗ ଲାଭ କରିବେ । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୩ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• କର୍ମଜୀବି-ଅର୍ଥ ସଞ୍ଚୟ ପାଇଁ ଉଦ୍ୟମ କରିବେ ।
• ଛାତ୍ରଛାତ୍ରୀ- କୀର୍ତ୍ତି ସ୍ତମ୍ବ ସ୍ଥାପନ କରିବେ ।
• ରୋଗୀ- ଦିନବେଳା ବାହାରକୁ ଯାଆନ୍ତୁ ନାହିଁ ।
• ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମକର–ନିଜର ସାମର୍ଥ୍ୟକୁ ଆଖି ଆଗରେ ରଖି କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ ହେବ । ବନ୍ଧୁ ପରିଜନମାନେ ଠିକ୍‌ ସମୟରେ ଅସହଯୋଗ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।
• ଚାଷୀ-ଜମିରଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ହେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ – କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ । କଲ୍ୟାଣକାର୍ଯ୍ୟ ପ୍ରତି ରୁଚି ରଖିବେ । ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ଆର୍ଥିକ ସମସ୍ୟାର ସମାଧାନ କଷ୍ଟକର ହେବ । ପାରିବାରିକ ସୁଖ ସୌଭାଗ୍ୟ ଅତୁଟ ରହିବ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୮ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ ।
• ରୋଗୀ- ୟୋଗା କରନ୍ତୁ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।

ମୀନ – ଦୃଢ ମନୋବଳ ରକ୍ଷା କରି ଅଗ୍ରଗତି ଅବ୍ୟାହତ ରଖିବେ । ଭୋଗ ବିଳାସର ସାଧନ ମିଳିବ । ଆଧ୍ୟାତ୍ମିକ ଚିନ୍ତା ଓ ଭାବନାରେ ଉଦବୁଦ୍ଧି ହୋଇପାରନ୍ତି । କ୍ଷମତାସୀନ ବ୍ୟକ୍ତିଙ୍କ ସାନିଧ୍ୟରେ ଆସିବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।
• ଚାଷୀ- ଜମିରୁବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.