Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

୯ ଜାନୁଆରୀ ୧୯, ବୁଧବାର

9/01/2019 at 11:40 AM

ମେଷ – ଉଚ୍ଚ ଆଶା ଫଳବତୀ ହେବ । ଆବଶ୍ୟକ ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଯଥାର୍ଥ ଯୁକ୍ତି ଉପସ୍ଥାପନ କରିବେ । ବ୍ୟବସାୟ ଲାଭଜନକ ହେବ ।


ବୃଷ – ପରୋପକାରୀ ହେବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ବିତିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।


ମିଥୁନ – ସନ୍ତାନ ସୁଖ ମିଳିବାର ଆଶା-ଭରସା ଅଛି । ପ୍ରତାରଣାର ଶିକାର ହୋଇପାରନ୍ତି । ଈର୍ଷା ପରାୟଣର ହେବେ । ସ୍ୱାଭିମାନୀ ହୋଇପାରନ୍ତି ।


କର୍କଟ – ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଆଦର ଅଭ୍ୟର୍ଥନା ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହୋଇପାରେ ।


ସିଂହ – ଘାତଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ନେତ୍ର ପୀଡା ଅନୁଭବ କରିବେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ ।


କନ୍ୟା – ମାନସିକ ଅଶାନ୍ତି ଦୂର ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରିରେ ଜିତାପଟ ନେଇପାରନ୍ତି ।


ତୁଳା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ସୁଖ ମିଳିବ । ଜଣେ ବିଶିଷ୍ଟ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ।


ବିଛା – ଯେପରି ପ୍ରମାଦ ନ ପଡିବ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀରେ ଜନ-ମନତୋଷ କରିପାରନ୍ତି ।


ଧନୁ – ନିଜ ଲୋକଙ୍କର ସତ୍କାର କରିପାରନ୍ତି । ତରବର ନ ହୋଇ ଅପେକ୍ଷା ରତ ହେଲେ ସୁଫଳ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି ।


ମକର – ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବାର ଆଶା-ଭରସା ରହିଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।


କୁମ୍ଭ – ଅତିଥିଙ୍କ ପାଇଁ ବ୍ୟସ୍ତମନା ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇ କାର୍ଯ୍ୟ ହାସଲ କରିପାରନ୍ତି । ଖର୍ଚ୍ଚ ନ ହେବାର ସୂଚନା ମିଳୁଛି ।


ମୀନ – ବିଭିନ୍ନ ଦିଗରୁ ଧନଲାଭ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।

   Related Posts