Monday, March 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୮ ଜାନୁଆରୀ ୧୯, ମଙ୍ଗଳବାର

ମେଷ – ଷଡଯନ୍ତ୍ରରୁ ନିବୃର୍ତ୍ତି ଯାଇପାରନ୍ତି । କର୍ତ୍ତବ୍ୟନିଷ୍ଠା ହେବେ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ମିତ୍ରତା ବୃଦ୍ଧି ହୋଇପାରେ ।


ବୃଷ – ଧର୍ମ-କର୍ମ ସଂପାଦନ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ କର୍ମରେ ଉତ୍ସାହ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମିଥୁନ – ମନରୁ ସରସତା ବିଲୀନ ହୋଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ହୋଇ ଭୋଗ-ବିଳାସରେ ବାଧା ଉପୁଜାଇ ପାରନ୍ତି ।


କର୍କଟ – ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।


ସିଂହ – ଯାତ୍ରାବେଳେ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବଳଶାଳୀ ହୋଇପାରନ୍ତି ।


କନ୍ୟା – ପାରିବାରିକ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତଥାପି ସୁଖ, ଶାନ୍ତିରେ ଦିନଟି ବିତାଇପାରନ୍ତି । ହଠାତ୍ କିଛି ଅର୍ଥ ମିଳିପାରେ ।


ତୁଳା – ଲାଗି ରହିଥିବା ବିବାଦର ସମାଧାନ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ, ମାତ୍ର ବିଳମ୍ବରେ ଚିନ୍ତା ବୃଦ୍ଧି ହୋଇପାରେ ।


ବିଛା – ନୂତନ ନିଯୁକ୍ତି ପାଇବାର ସୂଚନା ମିଳୁଛି । ଦିନଟି ଆପଣଙ୍କ ପାଇଁ ଆନନ୍ଦ ଦାୟକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ କରିପାରନ୍ତି ।


ଧନୁ – ଯାତ୍ରା ଆନନ୍ଦ ଦାୟକ ହେବ । କାର୍ଯ୍ୟ ପ୍ରାପ୍ତି ପାଇଁ ଆଶାବାଦୀ ହୋଇପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ ।


ମକର – ଅସ୍ଥିରତା ମଧ୍ୟରେ ବି କାର୍ଯ୍ୟ ସୁଚାରୂପେ ନିର୍ବାହ କରିବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ ।


କୁମ୍ଭ – ପାରିବାରିକ ଗଣ୍ଡଗୋଳ ସୁ-ସମାଧାନ ଆଡକୁ ଗତି କରିବେ । କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇ ପାରନ୍ତି, ମାତ୍ର ଶେଷରେ ବିଫଳ ମନୋରଥ ହେବେ ।


ମୀନ – ଆୟ ପରିମାଣ ବୃଦ୍ଧି ହେବାର ସୂଚନା ମିଳୁଛି । ଯେକୌଣସି ସୂତ୍ରରୁ ଅର୍ଥ ମିଳୀବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।

285 Views

   ସମ୍ବନ୍ଧିତ ଖବର