ଅକ୍ଟୋବର ୨୮ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 28, 2021 IST

ମେଷ–ନିର୍ମାଣକାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି । ପରିଶ୍ରମର ମୂଲ୍ୟାଙ୍କନ ହେବ । ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ବୃଷ–ସୁଯୋଗ ହାତଛଡା କରିବେ ନାହିଁ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରିପାରେ । ଗୁରୁକୃପା ଲାଭ କରିବେ । ଧର୍ମକାର୍ଯ୍ୟରେ ମନୋନିବେଶ କରିବେ ।ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।

ମିଥୁନ -ସ୍ୱଚ୍ଛ ପରିବେଶ ଆନନ୍ଦଦାୟକ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଆଶାଜନକ ଫଳ ଲାଭହେବ । ଶୁଭରଙ୍ଗ ମେରୁନ । ଶୁଭ ଅଙ୍କ ୯ ।

କର୍କଟ-ପ୍ରୀତି ଲାଭ କରିପାରନ୍ତି । ପାରିବାରିକ ସୁଖ ମିଳିବ । ବକେୟା ଅର୍ଥକୁ ଆଦାୟ କରିବାରେ ସକ୍ଷମ ହେବେ । ଧାର୍ମିକ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ସିଂହ – ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ । ଚଞ୍ଚଳତା ଯୁକ୍ତ ହୋଇପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି ।ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କନ୍ୟା–ହସ, ଖୁସିରେ ଦିନଟି ବିତାଇ ପାରନ୍ତି । ଜନସାଧାରଣଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ରହେବେ । ଲୋକପ୍ରିୟତା ବୃଦ୍ଧିହେବ । ବ୍ୟବସାୟ ଲାଭଜନକ ହେବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୭ ।

ତୁଳା–ନିରୀହ ଓ ସହିଷ୍ଣୁ ହେବେ । ପ୍ରମୋଦ ମୁକ୍ତ ହୋଇପାରନ୍ତି । ସନ୍‌ମାର୍ଗୀ ହୋଇପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି ।ଶୁଭରଙ୍ଗ କଳା । ଶୁଭ ଅଙ୍କ ୨ ।

ବିଛା– ବନ୍ଧୁତା ବୃଦ୍ଧି ହୋଇପାରେ । ପରିଶ୍ରମର ମୂଲ୍ୟ ମିଳିବ । ହର୍ଷ ଉଲ୍ଲାସ ହୋଇପାରନ୍ତି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

ଧନୁ –କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅଗ୍ରଗାମୀ କରାଇ ପାରନ୍ତି । କର୍ମକୁଶଳତା ପ୍ରକାଶ ପାଇବ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଗୁଣବାନ ହେବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମକର–ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଆୟ ଯଥେଷ୍ଟ ପରିମାଣର ହେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

କୁମ୍ଭ -କୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ । ସମସ୍ତ କାର୍ଯ୍ୟ ଜଗି ରଖି କରିବାକୁ ପଡିବ । ବିଶାଳ ଯଶର ଅଧିକାରୀ ହେବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମୀନ – ସୁଖ-ସମ୍ମାନ ଲାଭ କରିପାରନ୍ତି । ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ମନସ୍କାମନା ପୂର୍ଣ୍ଣ ହେବ । ଧର୍ମକାର୍ଯ୍ୟରେ ମନ ବଳାଇବେ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.