୭ ଜାନୁଆରୀ ୧୯, ସୋମବାର

Published By : Prameya-News7 Bureau | January 07, 2019 IST

ମେଷ – ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଆର୍ଥିକ ଉନ୍ନତି ପାଇଁ ବାରମ୍ବାର ଚେଷ୍ଟା କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।


ବୃଷ – କୃତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ମନରେ ବିଦ୍ୱେଶ ଭାବ ଜାତ ହୋଇପାରେ । ସ୍ୱଭାିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


ମିଥୁନ - ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଆୟ ଅଧିକ ପରିମାଣର ହେବ । ଯଶ ଅର୍ଜନ କରି ଆତ୍ମତୃପ୍ତ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


କର୍କଟ – ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ସଫଳତା ଲାଭ କରିବେ । ସୁସ୍ଥ ରହିବେ । ବଳବାନ ହୋଇପାରନ୍ତି ।


ସିଂହ – ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଭାବରେ ଧର୍ମ ପରାୟଣ ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେଇ ଆତ୍ମ ସନ୍ତୋଷ ଲାଭ କରିବେ ।


କନ୍ୟା – ଉତ୍ତରା ଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଭାବରେ ଧର୍ମ ପରାୟଣ ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେଇ ଆତ୍ମ ସନ୍ତୋଷ ଲାଭ କରିବେ ।


ତୁଳା – ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ନିଜର ଦକ୍ଷତା ଓ ଅଭିଜ୍ଞତାକୁ ପାଥେୟ କରି କାର୍ଯ୍ୟରେ ସଫଳତା ଲାଭ କରିବେ । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବାକୁ ପଡିବ ।


ବିଛା – ଅନୁରାଧା ଓ ବିଛା ନକ୍ଷତ୍ର ଜାତ ବ୍ୟକ୍ତି ନିଜ କାର୍ଯ୍ୟର ସମୀକ୍ଷା କରି ସନ୍ତୁଷ୍ଟ ହୋଇପାରନ୍ତି । ଭାଗ୍ୟବାନ ହେବେ । ପତ୍ନୀଙ୍କ ସହାୟତା ପାଇ ଅପାର ଆନନ୍ଦ ଲାଭ କରିବେ ।


ଧନୁ – ମୂଳା ଓ ଉତ୍ତରାଷାଢା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦାୟିତ୍ୱ ଓ ଅଧିକାର ସାବ୍ୟସ୍ତ ହେବ । ରୋଜଗାର ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମକର – ଉତ୍ତରାଷାଢା ଓ ଶ୍ରାବଣୀ ନକ୍ଷତ୍ର ଜାତ ବ୍ୟକ୍ତି ଲୋଡିଲେ ପ୍ରିୟଜନଙ୍କ ସାହାର୍ଯ୍ୟ ମିଳିବ । ଗତିରୋଧର ସମସ୍ୟା ଏଡାଇ ଯାଇପାରନ୍ତି ।


କୁମ୍ଭ - ଶତଭୀକ୍ଷା ଓ ପୂର୍ବ ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ଉପୁଜିଥିବା ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


ମୀନ - ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଗୃହର ନେତୃତ୍ୱ ନେବେ । ଶ୍ରମ ସାର୍ଥକ ହେବାରେ ଉତ୍ଫୁଲ୍ଲିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.