୪ ଜାନୂୟାରୀ୧୯, ଶୁକ୍ରବାର

Published By : Prameya-News7 Bureau | January 04, 2019 IST

ମେଷ – ପ୍ରାତଃ ଭ୍ରମଣ ଆପଣଙ୍କ ପାଇଁ ଶାନ୍ତି ଦାୟକ ହେବ । ଧନକ୍ଷୟ ହେବାର ସୂଚନା ମିଳୁଛି । ମାନସିକ ସ୍ତରରେ ପୀଡିତ ହୋଇପାରନ୍ତି ।


ବୃଷ – ବ୍ୟକ୍ତିଗତ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଭିନ୍ନ ଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବ ।


ମିଥୁନ - ଉପୁଜି ଥିବା ବିପଦର ମୁକାବିଲା କରିପାରନ୍ତି । ମନରେ ଗର୍ବଭାବ ଆସିପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି ।


କର୍କଟ- କାର୍ଯ୍ୟରେ ଢେର ଉନ୍ନତି ଘଟିବ । ମନରେ ଦ୍ୱିଧା ଭାବ ଜାତ ହୋଇପାରେ । କର୍ମ ଚଞ୍ଚଳ ରହିବେ । ଶତ୍ରୁନାଶ କରିବାରେ ସିଦ୍ଧ ହସ୍ତ ହୋଇପାରନ୍ତି ।


ସିଂହ – ନିଜେ କରୁଥିବା କାର୍ଯ୍ୟ ଆପଣଙ୍କ ପାଇଁ ଆନନ୍ଦ ଦାୟକ ହୋଇପାରେ । ନିଜକୁ କଳହମୁକ୍ତ ରଖିପାରିଲେ ସୁନାମର ଅଧିକାରୀ ହୋଇପାରନ୍ତି ।


କନ୍ୟା – ପ୍ରତିକୁଳ ପରିସ୍ଥିତି ଥାଇ ବି ତାକୁ ଭ୍ରୂକ୍ଷେପ ନ କଲେ କର୍ତ୍ତବ୍ୟ ପଥରେ ଆଗକୁ ବଢି ପାରନ୍ତି । କର୍ମକ୍ଷେତ୍ରରୁ ଉତ୍ସାହ ବୃଦ୍ଧି ପାଇବ ।


ତୁଳା – ଗୃହ କାର୍ଯ୍ୟ ଆନନ୍ଦ ଦାୟକ ହୋଇପାରେ । କ’ଣ କରିବେ ଓ କ’ଣ ନ କରିବେ କିଛି ସ୍ଥିର କରିପାରିବେ ନାହିଁ । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି ।


ବିଛା – ଯାହା ପରିସ୍ଥିତି ଉପୁଜିବ ସେଥିରୁ ଆସ୍ଥା ହରାଇପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆନନ୍ଦ ଉତ୍ସାହ ଲାଗି ରହିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।


ଧନୁ – ଭ୍ରାତୃ ସ୍ନେହରେ ବାଧା ଉପୁଜି ପାରେ । ପଥରୋଧକୁ ଏଡାଇବା କଷ୍ଟସାଧ୍ୟ ହେବ । ଆୟ ବୃଦ୍ଧି ସହିତ ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି ।


ମକର – ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।


କୁମ୍ଭ - ଉତ୍ସାଦିରେ ଯୋଗଦାନ କରିପାରନ୍ତି । ସାଧନା ଫଳବତୀ ହେବ । ମନରେ ଆନନ୍ଦ ଉଲ୍ଲାସ ଭରିଯିବ । ଅର୍ଥ ପ୍ରାପ୍ତିର ସୃଷ୍ଟି ହୋଇଛି ।


ମୀନ - ମନରେ ଉଦ୍ବେଗ ଜାତ ହୋଇପାରେ । ବିଭିନ୍ନ ସ୍ତରରୁ ସହାୟତା ମିଳିପାରେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.