ସେପ୍ଟେମ୍ବର ୨୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 20, 2021 IST

ମେଷ – ନିର୍ଦ୍ଦିଷ୍ଟ କେତେକ ଯୋଜନାକୁ ସଫଳ କାର୍ଯ୍ୟରୂପ ଦେଇପାରିବେ । ଦର୍ଶନୀୟ ସ୍ଥାନକୁ ସୁଖ ଭ୍ରମଣର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବସ୍ତ୍ର,ଆଭୂଷଣ, ଗୃହୋପକରଣ କ୍ରୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ବୃଷ – ସମସ୍ୟା ସବୁର ସହଜ ସମାଧାନ ମିଳିବ ନାହିଁ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ରହିବ । କର୍ମକ୍ଷେତ୍ରରେ ବିରୋଧ ଭାବ ବଢିବ । ଦୂର ଯାତ୍ରାରେ ଯିବା ହିତକର ନୁହେଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ମିଥୁନ – ନିଜର ଯୁକ୍ତି ଓ ସିଦ୍ଧାନ୍ତ ପରିବାରରେ ଗ୍ରହଣୀୟ ହେବ । ମାନସିକ ଶାନ୍ତି ସନ୍ତୋଷ ଲାଭ କରିବେ । ପୂଜା ପାଠରେ ଆଗ୍ରହୀ ହେବେ । ପୁରାତନ ବନ୍ଧୁ ସଂପର୍କରେ ଉନ୍ନତି ଅନୁମେୟ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍କଟ – କର୍ମକ୍ଷେତ୍ରରେ ସାହସିକ ପଦକ୍ଷେପ ଗ୍ରହଣ କରିବେ । ଉଚ୍ଚ ସଂପର୍କରେ ଉନ୍ନତି, ସ୍ଥିର ବିଚାରରେ କାର୍ଯ୍ୟ ସାଧନ, ଶତ୍ରୁ ବିଜୟ ଧର୍ମ, କର୍ମରେ ନିଷ୍ଠା ଓ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ସିଂହ – ଉତ୍ସାହର ସହିତ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବିଶେଷ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହୋଇପାରେ । ନିର୍ମାଣମୂଳକ କାର୍ଯ୍ୟ ଆଗେଇବ । ପରିଶ୍ରମ ଅଧିକ ହେବ । ସେବା ମନୋଭାବ ବଢିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
କନ୍ୟା – ପରିବେଶ ଓ ପରିସ୍ଥିତିର ଆବଶ୍ୟକତାକୁ ନେଇ ସିଦ୍ଧାନ୍ତ ନେବେ । ମନରେ ଉତ୍ସାହ, କାର୍ଯ୍ୟ ଦକ୍ଷତା ବୃଦ୍ଧି, ଶାନ୍ତିପ୍ରିୟ ପରିବାର ପାଇଁ ଅମିତବ୍ୟୟୀ ହୋଇପାରନ୍ତି । ବନ୍ଧୁମାନେ ଭୁଲ ବାଟରେ ନେବାର ପ୍ରଚେଷ୍ଟା କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
ଗୃହିଣୀ- ସୁଖଭାରା ଦିନଟି ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ତୁଳା – ସାମୟିକ ଭାବରେ ଦେହ ଅସୁସ୍ଥ ରହିବ । ପୂଜା ପାଠରେ ଆଗ୍ରହ ବଢିବ । ଏ ସଂପର୍କରେ ସଠିକ ପରାମର୍ଶ ପାଇବେ । ଆତ୍ମ କୈଦ୍ରିକ ଗୁଣ ଯୋଗୁ ପାରିବାରିକ ଅଶାନ୍ତି ଆସିବ । ଆର୍ଥିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।
ବିଛା – ନିର୍ଦ୍ଧିଷ୍ଟ ଯୋଜନାକୁ ସଫଳ କାର୍ଯ୍ୟ ରୂପ ଦେବାକୁ ପ୍ରଚେଷ୍ଟା ଆବ୍ୟାହତ ରଖିବେ । କର୍ମକ୍ଷେତ୍ରରେ ନେତୃତ୍ୱ ମିଳିବ । ନ୍ୟାୟ ବିଚାରରରେ ପକ୍ଷପାତିତା କରିବେ । ଅଧିକ ପରିଶ୍ରମ ହେତୁ କ୍ଳାନ୍ତି ଅବସାଦ ବଢିବାର ସମ୍ଭାବନା ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ଗୃହିଣୀ- ଧାର୍ମିକ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ଧନୁ – ସାମାନ୍ୟ ଅଭାବ ଅସୁବିଧା ଥିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ । ମାନସିକ ଶାନ୍ତି, କର୍ମରେ ଉତ୍ସାହ, ଅଧିକ ବ୍ୟୟ ସଂପର୍କୀୟଙ୍କ ପାଇଁ ଚିନ୍ତାଯୁକ୍ତ ରହିବ । ପୈତୃକ ସଂପତ୍ତି ପାଇଁ ବିବାଦ ଆସିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ମକର – କର୍ତ୍ତବ୍ୟ କର୍ମ ସଂପାଦନରେ ଏକ ନିଷ୍ଠ ହେବେ । ବନ୍ଧୁବର୍ଗ ସହ ସୁସଂପର୍କ ରହିବ । ଆସ୍ତିକତାର ଭାବ ବଢିବ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତିର ସୁଯୋଗ ପାଇବେ । ଆଇନ ଅଦାଲତର ରାୟ ସପକ୍ଷରେ ଯିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ଶ୍ରମ ସାର୍ଥକ ହେବ ।
କୁମ୍ଭ – ଭାବପ୍ରବଣତା ବୋଧ ଅଧିକ ହେତୁ ସାମୟିକ ଅଶ୍ୱସ୍ତି ଭୋଗ କରିବେ । କର୍ମନିଷ୍ଠା ରହିବ । ଗଠନ ମୂଳକ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରାଚୀନ ପନ୍ଥା କିମ୍ବା ଚିନ୍ତାଧାରା ପ୍ରତି ଅଧିକ ଧ୍ୟାନଶୀଳ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ମୀନ – ଚନ୍ଦ୍ରଙ୍କ ଅଷ୍ଟମ ସ୍ଥିତି ଯୋଗୁ ଦିନଟି କିଛି ପରିମାଣରେ ପ୍ରତିକୂଳ ଫଳଦାୟକ ହେବ । ପରିବାର ପାଇଁ ଚିନ୍ତା ବଢିବ । ଯାନବାହାନରେ ବ୍ୟୟ ଓ ନିର୍ମାଣ କାର୍ଯ୍ୟ ଅଟକି ଯାଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.