Monday, January 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ଜାନୁଆରୀ ୧୯, ଗୁରୁବାର

ମେଷ – ପରର ଉପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବାର ସୁଯୋଗ ଅଛି । ମନୋରମା ପତ୍ନୀଙ୍କ ସହ ଯୋଗ ମିଳିବ ।


ବୃଷ – ଭାଇମାନଙ୍କ ଉପରେ ସ୍ନେହ,ସଦିଚ୍ଛା ଭାବ ରହିବ । ସୁସ୍ତ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳବାନ ହେବେ । ଶତ୍ରୁହନ୍ତା ହେବା ଆଶା କରାଯାଏ ।


ମିଥୁନ – ବିରୋଧତାର ପରିସମାପ୍ତି ଘଟିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହେବାର ସୂଚନା ମିଳୁଛି । ସାହାସୀ ଓ ଜ୍ଞାନୀ ହେବେ ।


କର୍କଟ- କର୍ମ କ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଉଦାର ସ୍ୱଭାବ ସମ୍ପନ୍ନ ହେବେ । ଦାନଶୀଳ ହୋଇପାରନ୍ତି । ଶାନ୍ତ, ନ୍ୟାୟବାନ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ।


ସିଂହ – ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିପାରନ୍ତି । ଦୃଢ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବ ଓ ମିିଷ୍ଠ ଭାଷୀ ହୋଇପାରନ୍ତି ।


କନ୍ୟା – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ଉଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ହୋଇପାରନ୍ତି ।


ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।


ବିଛା – ମନ ପ୍ରଫୁଲ୍ଲ ରହିବ । କାର୍ଯ୍ୟରେ ସାମୟିକ ଭାବେ ବାଧା ଉପୁଜି ପାରେ । ଚଞ୍ଚଳ ସ୍ୱଭାବର ହେବେ । ସ୍ନେହବୋଳା କଥାରେ ପରକୁ ଆପଣାର କରିପାରନ୍ତି ।


ଧନୁ – କର୍ମ ଅନୁସାରେ ଫଳପ୍ରାପ୍ତ ହେବ । ଆୟର ପରିମାଣ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନ ୍ାପନ କରିବେ । ଯଶସ୍ୱୀ ହେବେ ।


ମକର – ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଉପୁଜି ପାରେ । କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢି ତୋଳିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ ।


କୁମ୍ଭ – ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାୟ,ପ୍ରବାସପ୍ରିୟ, ବିଦ୍ୱାନ,ସାହସୀ ହେବେ ।


ମୀନ – ଯୋଗାଯୋଗ ଫଳପ୍ରଦ ହେବ । ଈର୍ଷା ପରିତ୍ୟାଗ କଲେ ଆଶ୍ୱସ୍ତି ମିଳିବ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ସ୍ତରରେ ଦୁର୍ବଳତା ଅନୁଭବ କରିବେ ।

145 Views

   You May Also Like