୨ ଜାନୁଆରୀ ୨୦୧୯, ବୁଧବାର

Published By : Prameya-News7 Bureau | January 02, 2019 IST

ମେଷ – କୌଣସି ଏକ ନିର୍ଦ୍ଧିଷ୍ଟ କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ବେଳେ ବେଳେ ମନରେ ଅହଂଭାବ ବି ଆସିବ । ସୁଚେଷ୍ଟା ଶୁଭପ୍ରଦ ହେବ ।


ବୃଷ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ମାତ୍ରାର ଶାରିରୀକ ପୀଡା ଅନୁଭବ କରିପାରନ୍ତି ।


ମିଥୁନ - ପରିବେଶ ଯୋଗୁଁ ଭୟାତୁର ହୋଇପାରନ୍ତି । ଭ୍ରମଣ ସୁଖ ମିଳିପାରେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି ।


କର୍କଟ- ନିଜ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଅନୁତପ୍ତ ହେବେ । ପରିଶ୍ରମ ତୁଳନାରେ ଲାଭ ନ୍ୟୂନ ହୋଇପାରେ । ଧର୍ମ-କର୍ମରେ ନିଜକୁ ନିୟୋଜିତ କରିବେ ।


ସିଂହ – ସେବା ମୂଳକ କାର୍ଯ୍ୟ କରି ଆନନ୍ଦ ଅନୁଭବ କରିପାରନ୍ତି । କୁକାର୍ଯ୍ୟ ପ୍ରତି ଘୃଣାଭାବ ଆସିବ । ବହୁ ପରିଶ୍ରମେ ସ୍ୱଳ୍ପ ଲାଭର ସୂଚନା ମିଳୁଛି ।


କନ୍ୟା – ଗୃହ ଜଞ୍ଜାଳରେ ଛନ୍ଦି ହୋଇପଡିବ । ସୁଖ, ସନ୍ତୋଷ ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅନୁଷ୍ଠାନିକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି ।


ତୁଳା – କାର୍ଯ୍ୟକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି । ପରୋପକାରୀ ହେବେ । ସୁଖ-ସନ୍ତୋଷ ମିଳିବ । ଯଶସ୍ୱୀ ହେବେ । ଖର୍ଚ୍ଚାନ୍ତ ହେବା ଆଶାକରାଯାଏ ।


ବିଛା – ନବ ବସ୍ତ୍ର ପରିଧାନ କରିପାରନ୍ତି । ଆଶ୍ୱସ୍ତି ମିଳିବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସର୍ବ ସୁଖ ଲାଭ କରିପାରନ୍ତି । ବିନୀତ ସ୍ୱଭାବର ହେବେ ।


ଧନୁ – କର୍ମ ଅନୁସାରେ ଫଳ ଭୋଗ କରିପାରନ୍ତି । ସୁଖୀ ହେବେ । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଯଶସ୍ୱୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ ।


ମକର – ଅଟକି ରହିଥିବା ଅର୍ଥ ମିଳି ଯାଇପାରେ । ଆଦରଣୀୟ ହେବେ । ସମ୍ମାନିତ ହୋଇପାରନ୍ତି । ଶୁଭକାର୍ଯ୍ୟରେ ବ୍ୟୟର ମାତ୍ରା ବୃଦ୍ଧି କରିପାରନ୍ତି ।


କୁମ୍ଭ - ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଉପୁଜି ଥିବା ସମସ୍ୟାର ସୁ-ସମାଧାନ କରିପାରନ୍ତି । କାର୍ଯ୍ୟର ଚାପ ମନକୁ ଅତିଷ୍ଠ କରିପାରେ ।


ମୀନ - ଯୋଗାଯୋଗରେ ସଫଳତା ମିଳିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.