୨୯ ଡିସେମ୍ବର, ଶନିବାର

Published By : Prameya-News7 Bureau | December 29, 2018 IST

ମେଷ – ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାତାଭାବେ ଖ୍ୟାତି ଅର୍ଜନ କରିପାରନ୍ତି । ମର୍ଯ୍ୟାଦାଜନକ ବ୍ୟକ୍ତିଭାବେ ପରିଚୟ ଦେବେ ।


ବୃଷ – ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି । ପ୍ରେମୀ ଓ ସାହସୀ ହେବେ ।


ମିଥୁନ - ଆପଣଙ୍କ ପାଇଁ ଏକ ନୂତନ ଆୟ ପନ୍ଥା ଖୋଲିପାରେ । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି ।


କର୍କଟ – ଧୈର୍ଯ୍ୟ ରଖି ପାରିଲେ ସଫଳତା ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।


ସିଂହ – ମନୋବଳ ଦୃଢ ରହିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା କଫଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ମିଷ୍ଟଭାଷୀ ହେବେ ।


କନ୍ୟା – ରୋଜଗାର ଆଶାନୁରୂପ ହୋଇପାରେ । ନିଜ ଲୋକ ଦାଉ ସାଧିବାକୁ ଚେଷ୍ଟା କରିବେ । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ ।


ତୁଳା – କର୍ମ ଚଞ୍ଚଳ ରହିପାରନ୍ତି । କୁଳଦୀପକ ହେବେ । ମନରେ ପ୍ରସନ୍ନତା ଭାବ ଦେଖା ଦେଇପାରେ । ସୁସ୍ଥ ଓନିରାମୟ ଜୀବନ ଯାପନ କରିପାରନ୍ତି ।


ବିଛା – ଯାନ-ବାହନ ଚଳାଚଲରେ ସତର୍କ ହେବେ । ଈଶ୍ୱର ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଭାଗ୍ୟଶାଳୀ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି ।


ଧନୁ – ନିର୍ଭୀକ ଭାବେ ଆଗକୁ ବଢିବାକୁ ଉଦ୍ୟମ ଜାରି ରଖିବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନେ କରଛଡା ଦେଇପାରନ୍ତି ।


ମକର – କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


କୁମ୍ଭ - ପରିଚାଳନାରେ ସୁଧାର ଆଣିବା ପାଇଁ କ୍ରୋଧ ସମ୍ବରଣ କରିବାକୁ ବାଧ୍ୟ ହେବେ । ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧାଭାବ ରହିବ ।


ମୀନ - ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଥଣ୍ଡା କଫ ଜନିତ ପୀଡା ଅନୁଭବ କରିବେ । ହଠାତ୍ କିଛି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନ ଲାବ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.