୨୭ ଡିସେମ୍ବର, ଗୁରୁବାର
27/12/2018 at 11:03 AM

ମେଷ – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଆପଣଙ୍କ କଥା ମଧୁମୟ ହେବ ।
ବୃଷ – ବିଳମ୍ବିତ ହେଲେ ବି ଧନାଗମ ହେବ । ଭାଗ୍ୟଶାଳୀ ହେବେ । ବିଦେଶ ବାସିନ୍ଦା ହୋଇପାରନ୍ତି । ମିଷ୍ଟଭାଷୀ ସହନଶୀଳ ଓ ଶାନ୍ତିପ୍ରିୟ ହେବେ ।
ମିଥୁନ – ଉପୁଜିଥିବା ଦ୍ୱନ୍ଦ୍ୱର ସୁ-ସମାଧାନ ହେବ । ବ୍ୟବସାୟମୁଖୀ ହେବେ । ନାନା ଐଶ୍ୱର୍ଯ୍ୟର ଅଧିକାରୀ ହେବେ । ମୋକଦ୍ଦମାରେ ଫଳାଫଳ ଆପଣଙ୍କ ସପକ୍ଷରେ ଯିବ ।
କର୍କଟ – ଜମିବାଡି ଉପରେ ମାଲିମୋକଦ୍ଦମା ହେବାର ସମ୍ଭାବନା ମିଳୁଛି । ଏଥିପାଇଁ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ ।
ସିଂହ – କାର୍ଯ୍ୟରେ ସହାୟତା ମିଳିବ । ଆୟ ଉତ୍ତମ ଧରଣର ହେବ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।
କନ୍ୟା – ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କୁଳ ଉଦ୍ଧାରକ ହେବେ ।
ତୁଳା – କଥାର ଚାତୁର୍ଯ୍ୟାରେ ସମସ୍ତଙ୍କୁ ବଳି ଯାଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।
ବିଛା – ମନରେ ଅସ୍ଥିରତା ଦେଖା ଦେଇପାରେ । ସୁଖ ମିଳିବା କଷ୍ଟସାଧ୍ୟ ହେବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି ।
ଧନୁ – ବାକ୍ ସଂଯମୀ ହେଲେ ସବୁରି ପ୍ରିୟ ହୋଇପାରନ୍ତି । ବନ୍ଧୁ ମିଳନ ଘଟିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇବେ ।
ମକର – ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ତ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।
କୁମ୍ଭ – ଉପଯୁକ୍ତ ପରାମର୍ଶଦାତା ଭାବେ ସାମାଜିକ ଆଦର ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।
ମୀନ – ଯାତ୍ରା ଯୋଗ ଅଛି । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମକୁ ଆପଣେଇ ନେଇ ସୁଖ ଅନୁଭବ କରିବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ ।