Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଜୁନ୍‌ ୧୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

11/06/2021 at 7:04 AM

ମେଷ – ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ବନ୍ଧୁ ବର୍ଗରୁ ସହ-ଯୋଗ ମିଳିବ । କର୍ମ କ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । ଦେବାଦେବୀ ପୂଜାରେ ମନ ବଳାଇବେ । ଯାନବାହନ ଆଦିରେ ସାଧାରଣ ସତର୍କତା ଆବଶ୍ୟକ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ବୃଷ – ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ସରକାରୀ ସ୍ତରରେ ପ୍ରାପ୍ୟ କିଛି ଥିଲେ ତାହା ହାତକୁ ଆସିବ । ଦୂର ଯାତ୍ରାରେ ସଫଳତା ମିଳିବ । ଧର୍ମ କାର୍ଯ୍ୟରେ ବ୍ୟୟ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ଗୃହିଣୀ- ପରକୁ ଆପଣାର କରିବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

କର୍ମଜୀବି- ଜଳଯାତ୍ରା ମନା ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ମିଥୁନ – ପୀଡା କିମ୍ବା ସ୍ନାୟବିକ ଦୁର୍ବଳତା ଭୋଗ ହେବ । ନିରପେକ୍ଷ ମତାମତ ଦେଇ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ଗୃହ ନିର୍ମାଭାଦି କର୍ମ ତ୍ୱରାନ୍ୱିତ ହେବ । ଶୁଭ କାର୍ଯ୍ୟ ସଂପାଦନ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ସୁଖୀ ହେବେ ।

କର୍କଟ – କର୍ତ୍ତବ୍ୟ ପରାୟଣ ହେବେ । ମାନସିକ ଶାନ୍ତି ସନ୍ତୋଷ ମିଳିବ । ସରକାରୀସ୍ତରରୁ ନିଶ୍ଚିତତାର ସୂଚନା ପାଇବେ । ପୁରାତନ ରୋଗପୀଡାର ଆଶଙ୍କା କମ୍ ହେବ । ଯାନବାହନ କ୍ରୟ ବିକ୍ରୟରେ ଲାଭବାନ୍ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ସିଂହ – କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ପରିବାରରେ ଶାନ୍ତି ଅବ୍ୟାହତ ରହିବ । ମନୋବଳ ଦୃଢ ହେବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଦୂରଯାତ୍ରା ହିତକର ନୁହେଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

କନ୍ୟା – ଆୟ ଠାରୁ ବ୍ୟୟର ପରିମାନ ଅଧିକ ହେବ । ମାନସିକ ପରିତୃପ୍ତି କମ୍ ପାଇବେ । ସନ୍ତାନ ସନ୍ତତି ଚିନ୍ତା ବଢାଇ ପାରନ୍ତି । ଭୂମି ଜମି ଜମା ସଂପର୍କୀୟ କିଛି ଝାମେଲା ଆସିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

କର୍ମଜୀବି- ସହଯୋଗ ମିଳିବ ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ତୁଳା – ଦେହ ଅସୁସ୍ଥ ରହିବ । ଦୂର ଯାତ୍ରାରେ କ୍ଷତି ଯୋଗ ରହିଛି । ମାନସିକ ସ୍ଥିତି ମଧ୍ୟ ଅସ୍ଥିର ରହିବ । ଆତ୍ମ ନିର୍ଭରଶୀଳ ହେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସତ ପରାମର୍ଶ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ୬ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି ଆଜି । ସମୟ ଶୁଭ କାରକ ହେବ । ବିବାଦମାନ ସ୍ଥିତି କ୍ରମେ ଦୂରେଇବ । ଆଦର ସମ୍ମାନ ପାଇବେ । ଆୟ ଆଖିଦୃଶିଆ ହେବ । ଦୂର ଯାତ୍ରାରେ ସଫଳ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ଧନୁ – ସଦା ସର୍ବଦା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜକୁ ନିୟୋଜିତ ରଖିବେ । ମନରେ ଉତ୍ସାହ ବଢିବ । ଦୂର ଭ୍ରମଣ ଯଥା ସମ୍ଭବ ସଂକୁଚିତ କରିବା ଭଲ । ବିଳାସ ଉପକରଣ କ୍ରୟ କରିବାରେ ବ୍ୟୟ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର – ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳଦାୟକ ହେବ । ତୀର୍ଥ ଦର୍ଶନ, ପରୋପକାର, ଆଦର, ସମ୍ମାନ, ଅଭ୍ୟର୍ଥନା, ବନ୍ଧୁ ମିଳନ ଓ କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ । ଅପରାହ୍ନ ଠାରୁ ସମୟ କିଛି ପ୍ରତିକୂଳ ଫଳ ଦେଇପାରେ । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୨ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ । ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

କୁମ୍ଭ – ଅଶୁଭ ସମୟ ଭୋଗ ହେବ ଘାତଚନ୍ଦ୍ର ହେତୁ । କର୍ମକ୍ଷେତ୍ରରେ ନିରପେକ୍ଷ ରହିଲେ ବହୁ ଅସୁବିଧାରୁ ମୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ମିଳିବ । ଲକ୍ଷ୍ୟ ପୂରଣ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ମୀନ – ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । କର୍ମ କ୍ଷେତ୍ରରେ ବିଳମ୍ବ, ଆଶା ବିଫଳ ଧର୍ମ କାର୍ଯ୍ୟରେ ଋଚି, ସାମାଜିକ ପ୍ରତିଷ୍ଠା ଓ ଆୟ ବଢିବାର ସମ୍ଭାବନା ଅଧିକ । ବନ୍ଧୁମାନେ ବିରୁଦ୍ଧାଚରଣ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ଞ୍ଜ ।

ଗୃହିଣୀ- ସୁଖଭାରା ଦିନଟି ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

   Related Posts