୨୪ ଡିସେମ୍ବର, ସୋମବାର

Published By : Prameya-News7 Bureau | December 24, 2018 IST

ମେଷ – କାର୍ଯ୍ୟରେ ସଫଳତା ମିଳିବ । ଧନବାନ ହେବେ । ଗୁଭଯୁକ୍ତ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ସୁସ୍ଥ ଓ ନିରାମୟ ରହି ଶକ୍ତିମାନ୍ ହେବେ ।


ବୃଷ – ବହୁ ଶୁଭ ଯୋଗ ଥାଇ ବି ମନରେ ଗ୍ଳାନି ଆସିପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ମିଠା କଥା କହି ଶତ୍ରୁତାର ଅବସାନ ଘଟାଇ ପାରନ୍ତି ।


ମିଥୁନ - ଜନ ସଂପର୍କ ବୃଦ୍ଧି ପାଇବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଭାଗ୍ୟବାନ୍ ହେବେ । ଅର୍ଥ ସାମାନ୍ୟ ଚେଷ୍ଟାରେ ପାଇବେ ।


କର୍କଟ- ଶତ୍ରୁ ଦ୍ୱାରା ଉପକୃତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅନୁଗୃହୀତ ହେବେ । ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।


ସିଂହ – ସୁଯୋଗର ଉପ ଯୋଗ କରିପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ସୁଖ-ସମ୍ମାନ ଲାଭ କରିବେ । ଆପଣଙ୍କ କର୍ମ କୁଶଳତା ପ୍ରକାଶ ପାଇବ ।


କନ୍ୟା – ଚିନ୍ତା ଦୂରେଇ ଯିବ । ଧନ କ୍ଷୟ ହୋଇପାରେ । ପରିଣାମକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ଭୁଲ ମାର୍ଗ ଅନୁସରଣ କରିବା ଅନୁଚିତ୍ ।


ତୁଳା – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ଶାନ୍ତି ମିଳିବ । ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।


ବିଛା – ହଜି ଥିବା ଦ୍ରବ୍ୟ ଖୋଜିଲେ ମିଳିପାରେ । କର୍ତ୍ତବ୍ୟ ପରାୟନ ହୋଇପାରନ୍ତି । ବିଳାସ ବ୍ୟବସନରେ ଦିନଟି ଅତିବାହିତ ହେବ ।


ଧନୁ – କାର୍ଯ୍ୟ କ୍ଷେତ୍ରରେ ବିରୋଧକୁ ବୁଦ୍ଧି-ବଳ ପ୍ରୟୋଗ କରି ଦୁର କରିପାରନ୍ତି । ଦୀର୍ଘଦିନର ଆଶାପୂର୍ଣ୍ଣ ହୋଇପାରେ । ଦେବ ଦର୍ଶନର ସୌଭାଗ୍ୟ ଅଛି ।


ମକର – ପରର ଉପକାର କରିବାକୁ ଯାଇ ନିଜେ କ୍ଷତିଗ୍ରସ୍ତ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଦିନଟି ସମସ୍ୟା ବହୁଳ ହୋଇପାରେ ।


କୁମ୍ଭ - କାର୍ଯ୍ୟର ସଫଳ ରୂର୍ପାୟନ କରି ପ୍ରଶଂସିତ ହୋଇପାରନ୍ତି । କାର୍ଯ୍ୟରେ ଅଗ୍ରଗତି ଘଟିବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ ।


ମୀନ - ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । କାର୍ଯ୍ୟ ସହଜ,ସୁଲଭ ହେବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.