୨୨ ଡିସେମ୍ବର, ଶନିବାର

Published By : Prameya-News7 Bureau | December 22, 2018 IST

ମେଷ – ପୂର୍ବାହ୍ନରେ ଆୟ ପରିମାଣ ବୃଦ୍ଧି ହେଉଥିବା ବେଳେ ଅପରାହ୍ନରେ ଖର୍ଚ୍ଚାନ୍ତ ହେବାର ମିଳୁଛି । ଗଣିତଜ୍ଞ ହୋଇପାରନ୍ତି । ଶରୀର ସୁସ୍ଥ ରହିବ ।


ବୃଷ – ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁଁ ଭଲ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ବ୍ୟବସାୟ ପାଇଁ ଚଳାଇଥିବା ଉଦ୍ୟମ ସଫଳ ହେବ ।


ମିଥୁନ - ଜନ ସମର୍ଥନ ପାଇ ଲୋକ ପ୍ରତିନିଧି ହୋଇପାରନ୍ତି । ଦିନଟି ମଙ୍ଗଳମୟ ହେବ । ବ୍ୟବସାୟ ଲାଭଜନକ ହେବ. ନୀରୋଗୀ ହେବେ ।


କର୍କଟ- ଚାକିରିରେ ପଦୋନ୍ନତି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ମବୀର ଭାବେ ପ୍ରତିଷ୍ଠା ଲାଭ କରିବେ । କୀର୍ତ୍ତିମାନ ହୋଇପାରନ୍ତି ।


ସିଂହ – ବର୍ତ୍ତମାନ ପରିସ୍ଥିିତିର ବିଲୋପ ଘଟି ଉନ୍ନତିର ମାର୍ଗ ଉନ୍ମକ୍ତ ହେବ । ପରିଶ୍ରମର ମୂଲ୍ୟ ମିଳିବ । ଆସନ୍ନ ପ୍ରସବା ଥିଲେ ଚଞ୍ଚଳ ପ୍ରକୃତିର କନ୍ୟା ସନ୍ତାନ ଲାଭ ହୋଇପାରେ ।


କନ୍ୟା – ଅଯଥାରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଚିନ୍ତାଧାରାରେ ଧର୍ମୀୟ ଭାବନା ସ୍ଥାନ ପାଇବ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚ ସ୍ଥାନ ଆରୋହଣ ମନା ।


ତୁଳା – ବନ୍ଧୁ, ସଖା, ସହୋଦର ପ୍ରାୟ ପ୍ରତ୍ୟେକ ଦିଗରୁ ସହାୟତା ମିଳିବ । ଯଶ ଅର୍ଜନ କରିପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ ।


ବିଛା – ଶତ୍ରୁଭୟ ଦୂର ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ବନ୍ଧୁ ସୁଖ ମିଳିପାରେ ।


ଧନୁ – ନିଜର ଶକ୍ତି ଓ ବଳ ଖଟାଇ ଶାରିରୀକ ଶ୍ରମ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚିତ ହେଉଛି ।


ମକର – ଦାନ ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଧର୍ମ ମାର୍ଗରୁ ବିଚ୍ୟୁତ ହେବେ ନାହିଁ । କୃଷିରୁ ଆୟ ଆସିବ । ଛନ୍ଦ, କପଟ ହୀନ ହୋଇପାରନ୍ତି ।


କୁମ୍ଭ - ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରତିଯୋଗିତାରେ ପାରଦର୍ଶିତା ଲାଭ କରିବେ । ସାମାଜିକ ସ୍ତରରେ ପରୋପକାରୀ ଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି ।


ମୀନ - ନିଜେ ଅଜାଣତରେ ନିଜର କ୍ଷତି ସାଧନ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ସୌଭାଗ୍ୟଶାଳୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.