୨୧ ଡିସେମ୍ବର, ଶୁକ୍ରବାର

Published By : Prameya-News7 Bureau | December 21, 2018 IST

ମେଷ – ପିଲାମାନଙ୍କ କାର୍ଯ୍ୟ କଳାପ ମନରେ ଅସୂୟାଭାବ ସୃଷ୍ଟି କରିପାରେ । ଗୁରୁତ୍ନପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିପାରେ ।

ବୃଷ – ଯୋଗାଯୋଗରେ ସଫଳତା ଲାଭ କରିପାରନ୍ତି । ଶାରିରୀକ ଓ ମାନସିକ ସ୍ତରରେ କଷ୍ଟ ଭୋଗିବେ । ବ୍ୟବସାୟରୁ ସାମାନ୍ୟ ମାତ୍ରାର ଲାଭ ପାଇବେ ।

ମିଥୁନ – ଷଡଯନ୍ତ୍ରରୁ ଉଧୁରି ଯାଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିବେ । ଦାତା, ଭୋକ୍ତା, ଗୁଣବାନ,ଧନୀ ଓ ମାନୀ ହୋଇପାରନ୍ତି । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ ।

କର୍କଟ- ଗୋପନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । କ୍ରୋଧ ସମ୍ବରଣ କଲେ ସୁଫଳ ମିଳିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦେବେ ।

ସିଂହ – ପାରିବାରିକ ଅଶାନ୍ତି ବୃଦ୍ଧି ହୋଇପାରେ । ଚିନ୍ତାଗ୍ରସ୍ତ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କନ୍ୟା – ଦାୟିତ୍ୱରେ ପରିବର୍ତ୍ତନ ଘଟି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ଯୋଗ ଅଛି । ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରକ୍ଷା ନ କରିବା ଉଚିତ୍ ।

ତୁଳା – ପ୍ରତାରିତ ହୋଇପାରନ୍ତି । ଧର୍ମ ପ୍ରିୟ ହେବେ । ପାଣ୍ଡିତ୍ୱର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପୋଦ୍ୟୋଗୀ ହେବା ଆଶା କରାଯାଏ ।

ବିଛା – କର୍ତ୍ତୃପକ୍ଷଙ୍କ ସହ ମତ ଭେଦ ଘଟିପାରେ । ଅନ୍ୟର ଅନୁରୋଧ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶତ୍ରୁଦାନ କରି ଧନ ଭୋଗ କରିପାରନ୍ତି ।

ଧନୁ – ଯୋଗା ଯୋଗରେ ସଫଳତା ମିଳିବ. ତଥାପି ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ । କୁଧନ ଅର୍ଜନ କରିବାରେ ସକ୍ଷମ ହେବେ ।

ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବାଧା ବିଘ୍ନକୁ ଏଡାଇ କାର୍ଯ୍ୟରେ ଆଗେଇବେ ।

କୁମ୍ଭ – ଦିନଟି ଘାତଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତା ସହ ଚଳିବାକୁ ପଡିବ । ଆପଣଙ୍କ ପରାମର୍ଶ ଉପାଦେୟ ହେବ । ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି ।

ମୀନ – କାର୍ଯ୍ୟ ଆୟତ୍ତାଧୀନ ହେବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.