୨୦ ଡିସେମ୍ବର, ଗୁରୁବାର

Published By : Prameya-News7 Bureau | December 20, 2018 IST

ମେଷ – ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାବବାହନ ଜନିତ ସୁଖ ମିଳିବାର ସୂଚିତ ହେଉଛି ।


ବୃଷ – ଜଣେ ସୁ ବିଚାରକ ଭାବେ କାର୍ଯ୍ୟ କରିବେ । ସରକାରଙ୍କ ରାଜକୋଷରୁ ଧନ ମିଳିବାର ସମ୍ଭାବନା ଅଛି । ଧନର ଅଧିକାରୀ ହେବେ ।


ମିଥୁନ - ଧର୍ମ ଭାବନାରେ ଶାନ୍ତି ମିଳିବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଧନବାନ ହୋଇପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ ।


କର୍କଟ- ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଧନହୀନ ହୋଇପାରନ୍ତି । ଶତ୍ରୁ ଦମନ କରି ନିଃଶଙ୍କ ଓ ଆଶ୍ୱସ୍ତ ହେବେ ।


ସିଂହ – ଆପଣଙ୍କୁ ଧୈର୍ଯ୍ୟର ପୁରସ୍କାର ମିଳିପାରେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।


କନ୍ୟା – କୌଣସି କାରଣରୁ ମନ ଅସ୍ଥିର ରହିପାରେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ । ପରଧନରେ ଧନୀ ହେବେ ।


ତୁଳା – ସନ୍ଧ୍ୟା ପର୍ଯ୍ୟନ୍ତ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି । ଶତ୍ରୁ ଭୟ ରହିବ । ରାତ୍ରିକାଳରେ ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ରାଜପୂଜା ମିଳିବ ।


ବିଛା – ଆପଣପ୍ରଗତି ପଥରେ କେହି ବାଧା ଦେବା ପାଇଁ ଉଦ୍ୟମ ଚଳାଇବାର ସମ୍ଭାବନା ଅଛି । କୃଷି କ୍ଷେତ୍ରରୁ ଲାଭବାନ୍ ହେବେ । ଯାନବାହନ ସୁଖ ମିଳିପାରେ ।


ଧନୁ – ସତ୍ କର୍ମରେ ଲିପ୍ତ ହେବେ । ଧର୍ମରେ ମନୋନିବେଶ କରିପାରନ୍ତି । ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସକାଳ ଗୁଣଯୁକ୍ତ ହେବେ ।


ମକର – ପ୍ରଭାବ ବିସ୍ତାର କରିପାରନ୍ତି । ପରିଶ୍ରମର ମୂଲ୍ୟଙ୍କନ ହେବ । ସଙ୍ଗିତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ସୁ ଯଶଯୁକ୍ତ ହେବେ ।


କୁମ୍ଭ - କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଧର୍ମ ଆବରଣରେ ଆଗ୍ରହୀ ହେବେ । କର୍ମ ଫଳ ଉପରେ ବିଶ୍ୱାସ ରଖିବେ । ନାନା ସୁନ୍ଦର ବସ୍ତ୍ର ଲାଭ କରିବେ ।


ମୀନ - ଧନବାନ୍ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଦେବ-ଦ୍ୱିଜମାନଙ୍କୁ ଭକ୍ତି କରିପାରନ୍ତି । ବୁଦ୍ଧିମାନ୍ ହେବେ । ସୁଭାଷୀ ଓ ସୁବିଦ୍ୟା ଯୁକ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.