ମେଷ– ଆଜି ଦ୍ୱିଜା ନକ୍ଷତ୍ର ସକାଳୁ ସକାଳୁ ଶୁଭ ଖବର ପାଇଖୁସୀ ହୋଇପାରନ୍ତି । ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ ।ଶତ୍ରୁତା କରିଆସୁଥିବା ଆତ୍ମୀୟସ୍ୱଜନଙ୍କ ପାଇଁଚିନ୍ତା ବଢିପାରେ ।ଶୁଭରଙ୍ଗନାରଙ୍ଗୀ ।ଶୁଭ ଅଙ୍କ ୧ ।
• ଚାଷୀ- ଶ୍ରମସାର୍ଥକହେବ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
• ବ୍ୟବସାୟୀ- ଅର୍ଥ ଲାଭହେବ ।
• ଗୃହିଣୀ-ସୁଖଭାରା ଦିନଟି ।
ବୃଷ–କର୍ମକ୍ଷତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଆଜିର କୌଣସି କାମ ଅଟକିବ ନାହିଁ । ମୃଗଶିରା ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ ସୂତ୍ରରୁ ଭଲ ରୋଜଗାର କରିବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୭ ।
• ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ନୂଆଡିଲ୍ ମିଳିବ ।
• ଗୃହିଣୀ-ସୁଖୀ ହେବେ ।
ମିଥୁନ – ଆଶା କରୁଥିବା ବନ୍ଧୁମାନଙ୍କ ସହ-ଯୋଗରୁ ଅର୍ଥ ଓ ସମ୍ମାନ ପାଇବେ । ଆଦ୍ର ନକ୍ଷେତ୍ର କାର୍ଯ୍ୟ ଦକ୍ଷତା ହେତୁ କର୍ମକ୍ଷେତ୍ରରେ ଖୁସିରହିବେ । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
• ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ଚକ୍ଷୁ ପୀଡା ହେବ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ମଧୁରଭାଷୀ ହେବେ ।
• ଗୃହିଣୀ- ସ୍ୱାଭିମାନୀ ହେବେ ।
କର୍କଟ–ବହୁ ଦିନରୁ ଭାବିଥିବା କଥାଟି ଆଜିହିଁ ସାକାରରୂପ ନେବ ।କୌଣସି ଶୁଭଖବର କିମ୍ବା ମୂଲ୍ୟବାନ ଜିନିଷ ପ୍ରାପ୍ତିର ଆନନ୍ଦ ଅନୁଭବ କରିବେ । କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ କିଛି ଭୁଲ୍ କାମ କରିପାରନ୍ତି । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
• ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ଅର୍ଥ ହାନୀହେବ ।
• ଗୃହିଣୀ- ଧାର୍ମିକ ହେବେ ।
ସିଂହ –କର୍ମକ୍ଷେତ୍ରରେ ତରବର ନ ହେବା ଭଲ ହେବ । ଆତ୍ମୀୟ କିମ୍ବା ହିତୈଷୀମାନଙ୍କ ସାହାର୍ଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୬ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ନୂଆ ବସ୍ତ୍ର ଲାଭ ହେବ ।
କନ୍ୟା–କର୍ମକ୍ଷେତ୍ରରେ ଜଣେବନ୍ଧୁଙ୍କ ଆକସ୍ମିକ ଆବିର୍ଭାବ ପରିସ୍ଥିତିକୁ ଏପଟ ସେପଟକରି ଦେଇପାରେ । କାର୍ଯ୍ୟରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ । ଶୁଭରଙ୍ଗଧଳା । ଶୁଭ ଅଙ୍କ ୨ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ତୁଳା– ଆଜି ଦିନଟିରେ କାମର ଚାପ ଏତେଦୂର ବଢିଯିବ ଯେ ଆପଣ ଜମା ଶାନ୍ତିରେ ରହିପାରିବେ ନାହିଁ । ଘର ଲୋକମାନଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନଥିବ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ- ବିଜୟୀହେବେ ।
• ଗୃହିଣୀ-ଧାର୍ମିକହେବେ ।
ବିଛା–ସମସ୍ୟା ମଧ୍ୟରେ କାମ ବହୁତ କିନ୍ତୁ କୌଣସିଟା ମଧ୍ୟ ପୂର୍ଣ୍ଣାଙ୍କ ହୋଇପାରିବ ନାହିଁ । ଅତି ନିଜର ବୋଲି ଭାବୁଥିବା ବନ୍ଧୁ ହିଁ ସ୍ୱାର୍ଥବାଦୀ ହୋଇପଡିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୯ ।
• ଚାଷୀ- ଶ୍ରମ ସାର୍ଥକ ହେବ ।
• ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
• ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
• ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ଧନୁ – ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କାହିପାରିବେ ନାହିଁ । ନୂତନ କାମରେ ପ୍ରତିବନ୍ଧକ ଲାଗିରହିବା ଯୋଗୁଁ କାମରେ ଅଗ୍ରଗତି ହୋଇପାରିବ ନାହିଁ ।ଶୁଭରଙ୍ଗ ମେରୁନ୍ ।ଶୁଭ ଅଙ୍କ ୨ ।
• ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଚକ୍ଷୁ ପୀଡାହେବ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍ହେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ଚୌରଭୟ ଅଛି ।
• ଗୃହିଣୀ- ମିତ୍ରସୁଖ ପାଇବେ ।
ମକର–ଘରେ ହେଉ କିମ୍ବା ବାହାରେ ହେଉ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁଁ ବିଚଲିତ ହୋଇ ପାରନ୍ତି ।ଶ୍ରବଣା ନକ୍ଷତ୍ରର ସତ୍-ସଙ୍ଗସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୫ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• କର୍ମଜୀବି-ସହଯୋଗ ମିଳିବ ।
• ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
• ଗୃହିଣୀ- ସଦିଚ୍ଛା ଭାବ ରହିବ ।
କୁମ୍ଭ -ପରକଥାରେ ଅଯଥା ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।ଭୁଲ୍ କାର୍ଯ୍ୟ ପଦ୍ଧତି ଅନୁସରଣ କଲେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ବୁଝିବେ । କଥା ଦେଇ ଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୭ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
• କର୍ମଜୀବି-ପ୍ରମୋସନ୍ ମିଳିବ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ପରକୁ ଆପଣାର କରିବେ ।
ମୀନ – ବାରମ୍ବାର ଅସଫଳତା ଲାଗି ରହିବାକାରଣରୁ ମନରେ ବିଭିନ୍ନ ପ୍ରକାରର କଳ୍ପନା ଜାଗ୍ରତ ହେବ । ତଥାପି ଧୈର୍ଯ୍ୟର ସହ ଏହିସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୩ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ବ୍ୟବସାୟୀ- ଚୌର ଭୟ ଅଛି ।
• ଗୃହିଣୀ- ଧର୍ଯ୍ୟବାନ୍ ହେବେ ।