୨୪ ସେପ୍ଟେମ୍ବର, ସୋମବାର
24/09/2018 at 11:16 AM

ମେଷ – ଆୟ ଆଶାନୁରୂପ ହେବ । ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଚଞ୍ଚଳ ପ୍ରକୃତିର ହେବେ ।
ବୃଷ – ଭ୍ରମଣ ସୁଖ ମିଳିପାରେ । କୁଳ ଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କିରବେ । ଦୟାଳୁ ସ୍ୱଭାବର ହେବେ ।
ମିଥୁନ – ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ସହାୟତା ମିଳିବ । ଦୂର ଯାତ୍ରା ଲାଭ ଦାୟକ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।
କର୍କଟ- କାର୍ଯ୍ୟରେ ଅସଙ୍ଗତି ଦେଖାଦେଇ ପାରେ । ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । ଖର୍ଚ୍ଚାନ୍ନ ହେବେ ।
ସିଂହ – ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧୈଯବାନ ହେବେ ।
କନ୍ୟା – ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି ।
ତୁଳା – ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ ଧନ ଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି ।
ବିଛା – ସଫଳତାର ନିକଟବର୍ତ୍ତା ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇପାରନ୍ତି ।
ଧନୁ – ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ । ମନରେ ପ୍ରସନ୍ନତା ଭାବ ଦେଖାଦେବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ ।
ମକର – ନୂତନ ପ୍ରକାର ବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇପାରନ୍ତି । ଚିନ୍ତାଶୀଳ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ପରିଗଣିତ ହେବେ ।
କୁମ୍ଭ – ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଧନବାନ ଓ ଗୁଣଯୁକ୍ତ ହୋଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ ।
ମୀନ – ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ମାତ୍ରାର ଯନ୍ତ୍ରଣା ଅନୁଭବ କରିପାରନ୍ତି ।