୧୬ ଡିସେମ୍ବର, ରବିବାର

Published By : Prameya-News7 Bureau | December 16, 2018 IST

ମେଷ – ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।


ବୃଷ – ଭ୍ରମଣ ଜନିତ ସୁଖ ମିଳିପାରେ । ନିଜ ବଂଶର ମୁଖପାତ୍ର ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ମନ ପ୍ରସନ୍ନ ରହିବ ।


ମିଥୁନ - ଗୃହ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।


କର୍କଟ- ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଈର୍ଷା ପରିତ୍ୟାଗ କଲେ ଜନ ସମାଜରେ ଆଦର ମିଳିବ ।


ସିଂହ – ଗୃହ କାର୍ଯ୍ୟରେ ଉନ୍ନତି ଘଟିବ । ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବାରେ ନିଜକୁ ନିୟୋଜିତ କରିପାରନ୍ତି ।


କନ୍ୟା – ଶତ୍ରୁ ବିନାଶ ପାଇଁ ଉଦ୍ୟମ ଜାରି ରଖିବେ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ ।


ତୁଳା – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।


ବିଛା – ଉଦାର ପ୍ରକୃିର ହୋଇପାରନ୍ତି । ଦାନ-ଧର୍ମକୁ ଅଗ୍ରାଧିକାର ଦେବେ । ସୁଖୀ ହୋଇପାରନ୍ତି । ବ୍ୟକ୍ତି ବିଶେଷରେ ପରିଗଣିତ ହେବେ । ସୁସ୍ଥ ଓ ନିରାମୟ ରହିବେ ।


ଧନୁ – ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି ।


ମକର – କଳହ ଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ । ଲକ୍ଷ୍ୟସ୍ଥଳରେ ପହାଞ୍ଚିବା କଷ୍ଟସାଧ୍ୟ ହେବେ । ଭାଗ୍ୟଶାଳୀ ହେବେ ।


କୁମ୍ଭ - ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଧନଲାଭର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


ମୀନ - ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.