Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ମାର୍ଚ୍ଚ ୧୦ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

10/03/2021 at 7:16 AM

ମେଷ – ଆଜିର ସ୍ୱଗୃହୀ ଚନ୍ଦ୍ର ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୮ ।
• ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- ସମ୍ମାନ ପାଇବେ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ବୃଷ – ପରାକ୍ରମ ସ୍ଥାନସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ଉଚ୍ଚ ମନୋବଳ ପ୍ରତ୍ୟେକ କାମରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି କରିବ । କୌଣସି ଦ୍ରବ୍ୟ ପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ସହ-ଯୋଗ କରିପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ଅର୍ଥ ମିଳିବ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ମିଥୁନ – ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ସଙ୍ଗକୁ ଆର୍ଥିକ ସ୍ଥିତି ମହଭୁତ ରହିବ । ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।
• ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
• ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ୟୋଗା କରନ୍ତୁ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।

କର୍କଟ – ଦୀର୍ଘଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଆଲୋଚନା କ୍ଷେତ୍ରରେ ଭାବପ୍ରବଣବଶତଃ ଓଲଟା କଥା କହି ଅପଦସ୍ଥ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଶ୍ରମ ସାର୍ଥକ ହେବ ।
• ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ସିଂହ – ଆବଶ୍ୟକତା ଅନୁଯାୟୀ ହଠାତ୍‌ ବହୁତ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ । ମଘା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।
• ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
• ବ୍ୟବସାୟୀ- ଚୌର ଭୟ ଅଛି ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
• ରୋଗୀ- ସତର୍କତାର ଦିନ ।
• ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

କନ୍ୟା – ପ୍ରତ୍ୟେକ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ଯୋଗ-ଯୋଗ ତଥା ଉଜେନ୍ସିପ୍‌ ରୁ ଖୁସି ରହିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୩ ।
• ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ତୁଳା – ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହେବ । ଋଣ ପରିଶୋଧର ଲକ୍ଷ୍ୟ ନେଇ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୮ ।
• ଗୃହିଣୀ- ଧାର୍ମିକ ହେବେ ।
• ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
• ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ବିଛା – ଆଜି ମାଙ୍ଗଳିକ କାମରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ପାରିବେଶିକ କୁପ୍ରଭାବରୁ ମାଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଶୁଭ ଅଙ୍କ ଲାଲ୍‌ । ଶୁଭ ଅଙ୍କ ୬ ।
• ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ଧନୁ – ସ୍ଥଗିତ କାର୍ଯ୍ୟରେ ଆଶା ପୁରଣ ହେବାରେ ଜଣେ ବନ୍ଧୁ ସାହାର୍ଯ୍ୟ କରିବେ । ଉତ୍ତରାଷାଢା ନକ୍ଷତ୍ର ପାଇଁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।
• ବ୍ୟବସାୟୀ- ମଧୁରଭାଷୀ ହେବେ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

ମକର – ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ପରୋକ୍ଷ ଶତ୍ରୁତା ନିଶ୍ଚିତ କାମକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
• କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କୁମ୍ଭ – ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ବିନା କାରଣରେ ଅଶାନ୍ତି ସୃଷ୍ଟି କରିପାରେ । ସ୍ୱାସ୍ତ୍ୟହାନି ହେତୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୪ ।
• ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ- ଶ୍ରମ ସାର୍ଥକ ହେବ ।

ମୀନ- ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟାର କୁପରିଣାମ ଭୋଗ କରିବାକୁ ପଡିପାରେ । ଯେତେ ଭଲ କାମ କଲେ ମଧ୍ୟ ଖଳ ଲୋକମାନଙ୍କ ଦ୍ୱାରା ସମାଲୋଚିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଚକ୍ଷୁ ପୀଡା ହେବ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ- ସୁଖଭାରା ଦିନଟି ।

   Related Posts