ମାର୍ଚ୍ଚ ୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | March 04, 2021 IST

ମେଷ – ଦ୍ୱିଜା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ । ଅବହେଳା କାରନରୁ କୈଫିୟତ୍‌ ଦେବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
• ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ରୋହିଣୀ ନକ୍ଷତ୍ରର ବିଭିନ୍ନ ପ୍ରକାରର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ସରକାରି ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ସଫଳତା ମିଳିବ ।
• ଗୃହିଣୀ- ସୁଖଭାରା ଦିନଟି ।

ମିଥୁନ – ମୃଗଶିରା ସାମୟିକ ପୁରୁଣା ରୋଗରୁ କଷ୍ଟ ପାଇବେ । ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
• ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ସୁଖ ଅନୁଭବ କରିବେ ।

କର୍କଟ – ପୁନର୍ବସୁ ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଯଥାରୀତି ସମ୍ପନ୍ନ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
• ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଚକ୍ଷୁ ପୀଡା ହେବ ।
• ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
• କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ସିଂହ – ମଘା ନକ୍ଷତ୍ରର ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ । ମୋଟାଅଙ୍କର ଗୃହୋପକରଣ କ୍ରୟ କରିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ଅର୍ଥ ମିଳିବ ।
• ବ୍ୟବସାୟୀ- ନୂଆ ଡିଲ୍‌ ମିଳିବ ।
• ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା – ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ସାହାଯ୍ୟ , ସହ-ଯୋଗ ପାଇବା କଷ୍ଟ କର ହୋଇପଡିବ । ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ସୁଖୀ ହେବେ ।

ତୁଳା – ସ୍ୱାତୀ ନକ୍ଷତ୍ରର ସ୍ୱାସ୍ଥ୍ୟ ଠିକ୍‌ ଥିଲେ ମଧ୍ୟ କେତେକ ସ୍ଥଗିତ କାର୍ଯ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ପରିବାରର ସୁଖ ଶାନ୍ତି ଅକ୍ଷୁର୍ଣ୍ଣ ରହିପାରିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
• ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ଧାର୍ମିକ ହେବେ ।

ବିଛା – ପରିସ୍ଥିତି ପ୍ରତି ନଜର ରଖିବା ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ମାଲିମୋକଦ୍ଦମାରେ ବିଜୟପ୍ରାପ୍ତିର ସମ୍ଭାବନା ରହିଛି । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୬ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
• କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ସୁଖୀ ହେବେ ।

ଧନୁ – କୌଣସି ନୂତନ କର୍ମାରମ୍ଭ ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି । ମୁଳା ନକ୍ଷତ୍ର ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ନୂଆ ଡିଲ୍‌ ମିଳିବ ।
• ଗୃହିଣୀ- ସୁଖଭାରା ଦିନଟି ।

ମକର – ପାରିପାଶ୍ୱିର୍କ ପରିସ୍ଥିତି ବଦଳିଯିବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଶ୍ରବଣା ନକ୍ଷତ୍ରର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୩ ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ – ଆଜିର କର୍ମକ୍ଷେତ୍ରରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଅର୍ଥ ସଂକଟ, ସହକର୍ମୀଙ୍କ ଅସହ-ଯୋଗ, ପ୍ରଶାସନିକ ଦ୍ୱନ୍ଦ୍ୱ ଓ ଦୂର ଯାତ୍ରାରେ ଆଶାନୁଯାୟୀ ଫଳ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
• ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ସହଯୋଗ ମିଳିବ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ମୀନ- ପଡିରହିଥିବା କାମଟିକୁ ବନ୍ଧୁମାନଙ୍କ ଦ୍ୱାରା ସମ୍ପନ୍ନ କରିବେ । ଅର୍ଥ ଆଦାୟରେ ସକ୍ଷମ ହେବେ । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
• ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ନୂଆ ଡିଲ୍‌ ମିଳିବ ।
• ଗୃହିଣୀ- ସୁଖଭାରା ଦିନଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.