୯ ଡିସେମ୍ବର, ରବିବାର

Published By : Prameya-News7 Bureau | December 09, 2018 IST

ମେଷ – ପରିବେଶ ଲାଭଜନକ ହେବ । ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ମାନ୍ଦା ଭାବର ହେବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ।


ବୃଷ – ବନ୍ଧୁ ମିଳନ ଘଟିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରେ ଅଗ୍ରଗତି ଘଟିବ ।


ମିଥୁନ - ଉଦାସ ମନୋଭାବ ଗ୍ରହଣ କରିବେ । ଲୋଭଗ୍ରସ୍ତ ହୋଇପାରନ୍ତି । ଇଷ୍ଟ ସିଦ୍ଧି ହେବ । ଅର୍ଥ ମିଳିବାର ସୁଯୋଗ ଅଛି । ବିଭିନ୍ନ ସ୍ତରରୁ ସହ ଯୋଗର ହାତ ଲମ୍ବି ଆସିବ ।


କର୍କଟ- ଅର୍ଥାଭାବ ରହିବ ନାହିଁ । ବିବାଦରେ ବିଜୟୀ ହେବେ । ନବବସ୍ତ୍ର ପ୍ରାପ୍ତ ହେବେ । ଅଜାତ-ଶତ୍ରୁ ହେବେ । ମିତ୍ର କ୍ଷେତ୍ର,ଗ୍ରାମ, ଉତ୍ତ ବାହନ ଓ ନାନା ସୁଖ ଭୋଗ କରିବେ ।


ସିଂହ – ଜଞ୍ଜାଳରେ ଛନ୍ଦି ହୋଇପାରନ୍ତି । ପ୍ରତାରିତ ହେବେ । ବିବାଦରେ ବିଜୟୀ ହେବେ । ଅର୍ଥ ଓ ବସ୍ତ୍ରଲାଭର ସୂଚନା ମିଳୁଛି । ସୁଖ ମିଳିବ ।


କନ୍ୟା – ନୂତନ ନିଯୁକ୍ତି ସୁଯୋଗ ରହିଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତା ଦୂର ଦୂର ହେବ । ସମ୍ମାନିତ ହେବେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ସାନ୍ନିଧ୍ୟ ଲାଭ କରିବେ ।


ତୁଳା – ବନ୍ଧୁଙ୍କ ସହିତ ମନୋ ମାଳିନ୍ୟ ଘଟିପାରେ । ମନରେ ଭୟ ଉପୁଜିବାର ସମ୍ଭାବନା ଅଛି । ଅତ୍ୟଧିକ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ ।


ବିଛା – ଗାଡି-ମଟର ବଳା-ଚଳରେ ସତର୍କ ରହିବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହେବେ ।


ଧନୁ – କାର୍ଯ୍ୟକ୍ଷେତ୍ରରେ ସମ୍ମସ୍ୟା ସୃଷ୍ଟି ହୋଇପାରେ । ଭ୍ରାତୃଭାବ ଅତୁଟ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ ।


ମକର – ପରର ଉପକାର କରିବାକୁ ଯାଇ ନିଜେ କ୍ଷତି ଗ୍ରସ୍ତ ହେବାର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ କିଣିବେ । ଲୋକପ୍ରିୟତା ଅର୍ଜନ କରିବେ ।


କୁମ୍ଭ - ଲୋକମାନଙ୍କ ଆଦରଣୀୟ ହେବେ । ସମ୍ମାନିତ ହେବା ଆଶା କରାଯାଏ । କାର୍ଯ୍ୟ ସିଦ୍ଧି ହେବ, ମାତ୍ର ବିଳମ୍ବରେ । ବ୍ୟବସାୟରେ ଲାଭବାନ ହେବେ ।


ମୀନ - କର୍ମକ୍ଷେତ୍ରରେ ଆଗୁସାର ହେବେ । ପରୋପକାରୀ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.