୮ ଡିସେମ୍ବର, ଶନିବାର

Published By : Prameya-News7 Bureau | December 08, 2018 IST

ମେଷ – ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ରୋଜଗାର ଆଶାନୁରୂପ ହେବ ।

ବୃଷ – କାର୍ଯ୍ୟରେ ଆଗେଇବେ, ମାତ୍ର ମନ୍ଥର ଗତିରେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ମଧୁରଭାଷୀ ହେବେ ।

ମିଥୁନ – ଆୟବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ ।

କର୍କଟ- କର୍ମକ୍ଷେତ୍ର ଶୃଙ୍ଖଳିତ ହେବ । ସୁଖ,ସମ୍ମାନ ଲାଭ କରିବେ । କୁଳର ଟେକ ରଖିବେ । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ ।

ସିଂହ – ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ସେବା ମନୋଭାବର ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବେ ।

କନ୍ୟା – କର୍ମକ୍ଷେତ୍ରରେ ସହାୟତା ପାଇ ଆତ୍ମ ସନ୍ତୋଷ ଲାଭ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱଭୀମାନୀ ହେବେ ।

ତୁଳା – ବନ୍ଧୁମାନଙ୍କର ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି ।

ବିଛା – ମନରେ ଗର୍ବଭାବ ବହନ କରିପାରନ୍ତି । ବାଜେ ଖର୍ଚ୍ଚ କରିପାରନ୍ତି । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ ।

ଧନୁ – ଚିନ୍ତା ପ୍ରକଟ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହେବାର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ ।

ମକର – କାର୍ଯ୍ୟକ୍ଷେତ୍ରରେ ସହ ଯୋଗୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । କଥା ଶୈଳୀ ରୁଚିକର ହେବ । ପ୍ରେମୀ ଓ ସାହାସୀ ହେବେ ।

ମୀନ – ପର ପାଇଁ ନିଜେ ଖୋଳିଥିବା ଗାତରେ ନିଜେ ପଡିଯାଇ ପାରନ୍ତି, ତଥାପି ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.