Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୭ ଡିସେମ୍ବର, ଶୁକ୍ରବାର

ମେଷ – ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ଅର୍ଥ ସହିତ ଦ୍ରବ୍ୟ ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ ।

ବୃଷ – ଆପଣଙ୍କ କାର୍ଯ୍ୟ ଠିକ୍ ମାର୍ଗରେ ପରିଚାଳିତ ହେଉଛି । ସାଧନା ଫଳବତୀ ହେବ । ଅର୍ଥ ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ ।

ମିଥୁନ – ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପଡିବ । ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ନିଧି ପ୍ରାପ୍ତ ହୋଇପାରନ୍ତି । ଚିତ୍ତ ସନ୍ତୁଷ୍ଟ ରହିବେ ।

କର୍କଟ- ଧର୍ମ-ଧାରାରେ ଜଡିତ ହେବେ । ଶତ୍ରୁ ବୃଦ୍ଧି ହୋଇପାରେ । ଜଗତର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

ସିଂହ – ଅଭାବ ଦୂରେଇ ଯିବ । ବାହ୍ୟ ସମର୍ଥନ ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ବସ୍ତ୍ର ଲାଭ ହୋଇପାରେ ।

କନ୍ୟା – ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି । ପରାମର୍ଶଦାତା ହେବେ ।

ତୁଳା – ବିଭିନ୍ନ ସ୍ତରରୁ ସମର୍ଥନ ମିଳିପାରେ । ଆୟ ଆଶାନୁରୂପ ହେବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ମାନସିକ ଶାନ୍ତି ମିଳିବ ।

ବିଛା – କାର୍ଯ୍ୟରେ ନ ପଛେଇ ଆଗକୁ ବଢିବାର ଚେଷ୍ଟା କରନ୍ତୁ । ଆଶ୍ୱସ୍ତି ମିଳିବ । ଆଶା ପୂରଣ ହୋଇପାରେ । ଧନ-ମାନ -ସମ୍ଭୋଗ ସବୁ କିଛି ମିଳିବ ।

ଧନୁ – ଆୟ ଆଶାନୁରୂପ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ପରୋପକାରୀ ହେବେ ।

ମକର – ଯୋଗାଯୋଗରେ ସଫଳତା ମିଳିବ । ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ ।

କୁମ୍ଭ – ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜ୍ୟପୂଜ୍ୟ ଉପରେ ଗୁରୁତ୍ୱ ଦେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସିଦ୍ଧି ହେବ,ମାତ୍ର ବିଳମ୍ବିତ ହୋଇପାରେ ।

ମୀନ – ଆଗକୁ ମାଡି ଚାଲିଲେ ସଫଳତା ହାତକୁ ଆସିବ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି । ବ୍ୟବସାୟରେ ଆଶାଜନକ ଫଳ ପାଇବେ ।

298 Views

   You May Also Like