୬ ଡିସେମ୍ବର, ଗୁରୁବାର

Published By : Prameya-News7 Bureau | December 06, 2018 IST

ମେଷ – ନିଜ କାର୍ଯ୍ୟର ସମୀକ୍ଷା କରିବେ । ବନ୍ଧୁ ସୁଖ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସେବା ସଙ୍ଗଠନର ନେତୃତ୍ୱ ନେଇପାରନ୍ତି । ବୃଷ – ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ଶତ୍ରୁ ଭୟ ରହିଛି । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ମିଥୁନ - ସାଧୁଙ୍କ ସଂସ୍ପର୍ଶରେ ଆସିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ । କର୍କଟ- ଅନୁଭୂତି ବୃଦ୍ଧି ହେବା ସହିତ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଉଦାର ପ୍ରକୃତିର ହେବେ । ତେଜସ୍ୱୀ ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ । ସିଂହ – କାର୍ଯ୍ୟ ପ୍ରାପ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । କନ୍ୟା – କ’ଣ କରିବାକୁ ହେବ ଓ ନ କରିବେ ମନରେ ଦ୍ୱିଧାଭାବ ଜାତ ହୋଇପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ଓ ବନ୍ଧୁ ସହାୟତା ପାଇ ସୁସ୍ଥ ଓ ନିରାମୟ ରହିବେ । ବିଛା – ଅଥାଭାବ ଅନୁଭବ କରିପାରନ୍ତି । ପଡୋଶୀଙ୍କ ସାହାର୍ଯ୍ୟ ପାଇ ଅଶ୍ୱସ୍ତ ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଲ ପ୍ରକୃତିର ରହିବେ । ଧନୁ – ଯାତ୍ରା ମାର୍ଗ ମଙ୍ଗଳମୟ ହେବେ । ସୁସ୍ତ ଓ ନିରାମୟ ରହିବେ । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମକର – କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ଜାରି ରଖିବେ । ମନରେ ଦ୍ୱିଧାବାବ ଜାତ ହୋଇପାରେ । କୁଳ ଦୀପକ ହେବେ । ମନ ପ୍ରସନ୍ନ ରହିବ । କୁମ୍ଭ - ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିରେ ଆଶ୍ୱସ୍ତ ହେବେ । ଧମାତ୍ମା ପ୍ରବାସ ପ୍ରିୟ ବିଦ୍ୱାନ୍ ଓ ସାହସୀ ହେବେ । ମୀନ - ବାହ୍ୟ ଲୋକଙ୍କ ପରାମର୍ଶ ମାନି ପାରନ୍ତି । ସମାନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.