Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଡିସେମ୍ବର ୧୬ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

16/12/2020 at 7:07 AM

ମେଷ – କାର୍ଯ୍ୟ ହାସଲ ସକାଶେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଦ୍ୱିଜା ନକ୍ଷତ୍ରର ସମସ୍ତ କାମ ଝିନ୍‌ଝଟ୍ ମଧ୍ୟରେ ଚାଲିବ । ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ଏକାଧ୍ଚଳ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ବନ୍ଧୁମାନେ ଆବଶ୍ୟକୀୟ ସହ-ଯୋଗ କରିବେ । ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

ଗୃହିଣୀ- ସୁଖଭାରା ଦିନଟି ।

ମିଥୁନ – ପ୍ରତେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରି ନେବେ । ସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ସାମୟିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ମିଳିବ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ – ପ୍ରତ୍ୟେକ ପରିସ୍ଥିତିରେ ଦୃଢ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଆଜି କେବଳ ହାତରୁ ଖାଇ ପର ପାଇଁ ଖଟିବେ । ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ, ମାତ୍ର କିଛି ଅନିଷ୍ଟ କରି ପାରିବେ ନାହିଁ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨ ।

ଚାଷୀ- ଶ୍ରମ ସାର୍ଥକ ହେବ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ସିଂହ – ମନ କଥାଟିକୁ ଲୁଚାଇରଖି ପ୍ରତ୍ୟକ୍ଷରେ ହସଖୁସିରେ କଥାବାର୍ତ୍ତା କରିବାକୁ ବାଧ୍ୟ ହେବେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କନ୍ୟା – ଆଜି ଦୂରସ୍ଥାନକୁ  ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ଯଥାସମ୍ଭବ କମ୍ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ତୁଳା – କର୍ମ କ୍ଷେତ୍ରରେ ଯାହା ଓ ଯେମିତି କଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ରଙ୍ଗ ୧।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବିଛା – ଆଜି କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ଦୀର୍ଘ ଦିନର ଆଶା ଫଳବତୀ ହବୋ ସହ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ଧନୁ – ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କର ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝିପାରିବେନି । ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡିପାରେ । ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମକର – ଅତୀତ ଘଟଣାକୁ ମନେପକାଇ ଭାବପ୍ରବଣତାବଶତଃ ମନୋବଳ ହ୍ରାସ ପାଇବ । ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶତ୍ରୁପୀଡାଜନିତ ଟେନ୍ସନ ଲାଗି ରହିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

କୁମ୍ଭ  – ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡିବ । ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ । ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- କରତ୍‌କର୍ମା ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମୀନ – କାର୍ଯ୍ୟ ହାସଲ ହେବା କାରଣରୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ । କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ । ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- କର୍ମଚଞ୍ଚଳ ରହିବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଭାଗ୍ୟଶାଳୀ ହେବେ ।

   Related Posts