୫ ଡିସେମ୍ବର, ବୁଧବାର

Published By : Prameya-News7 Bureau | December 05, 2018 IST

ମେଷ – ପୂର୍ବରୁ ଅର୍ଜିତ ଅନୁଭୂତି କାର୍ଯ୍ୟରେ ଲାଗିବ । ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କଲେ ଉପକୃତ ହେବେ । କୀର୍ତ୍ତିମାନ ହେବେ । ପାରିବାରିକ ସୁଖ ମିଳିବ । ବୃଷ – ମିଥ୍ୟା ଗୁଜବ ମନକୁ ଆନ୍ଦୋଳିତ କରିପାରେ । କୃଷିକ୍ଷେତ୍ରରୁ ଲାଭ ମିଳିପାରେ । ଯାନବାହନ ସୁଖ ଅଛି । ପ୍ରଦୂଷଣମୁକ୍ତ ଗୃହବାସ ଉପଯୋଗୀ ହେବ । ମିଥୁନ - ଆର୍ଥିକ ସ୍ଥିତିରେ ଉନ୍ନତି ଦେଖା ଦେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । କର୍କଟ- ନୂତନ ଦ୍ରବ୍ୟ ଲାଭ କରିପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ନିର୍ଲୋଭ ହେବେ । ନୀତିରୁ ବିଚ୍ୟୁତ ହେବେ ନାହିଁ । ଧନ ଯୁକ୍ତ ହୋଇପାରନ୍ତି । ସିଂହ – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଭଲ ବୁଳାମଣା ହେତୁ ଆଶ୍ୱସ୍ତି ହେବେ । ସମୃଦ୍ଧି ମାର୍ଗ ।ାଗକୁ ବଢିବ । ଆୟ ବୃଦ୍ଧିର ସୂଚନା ମିଳୁଛି । କନ୍ୟା – ଶିଳ୍ପ ପାରଦର୍ଶୀ ହୋଇପାରନ୍ତି । ପରିବହନ ବ୍ୟବସାୟ ଲାଭଜନକ ହୋଇପାରେ । ଶୁଣାକଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିରେ ବାଟ ଚାଲନ୍ତୁ । ତୁଳା – କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହୋଇ ଆତ୍ମସନ୍ତୋଷ ଲାଭ କରିବେ । ପରିସ୍ଥିତିର ମୁକାବିଲା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବିଛା – ପୂର୍ବରୁ ଉପୁଜି ଥିବା ସମସ୍ୟାର ସମାଧାନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଧନୁ – ଧର୍ମ କାର୍ଯ୍ୟରେ ମନୋ ନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ଯାପନ ସୁଖପ୍ରଦ ହେବ । ଭାଗ୍ୟବାନ ହେବେ । ମକର – ବ୍ୟବସାୟ ଲାଭଜନକ ହେବ । ଅଯଥା କାର୍ଯ୍ୟରେ ଧନକ୍ଷୟ କରିପାରନ୍ତି । ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ସ୍ୱାସ୍ଥ୍ୟହାନୀ ଘଟିବାର ସୂଚନା ମିଳୁଛି । କୁମ୍ଭ - ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାର ମାର୍ଗ ଉନ୍ମମୁକ୍ତ ହେବ । ମୀନ - ଯୋଗାଯୋଗରେ ସଫଳତା ମିଳିବ । କୌଣସି କାରଣରୁ ଭୟଭୀତ ହେଲେ ବି ସାହସ ସଞ୍ଚୟ କରି ପରିସ୍ଥିତିର ମୁକାବିଲା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.