୪ ଡିସେମ୍ବର, ମଙ୍ଗଳବାର

Published By : Prameya-News7 Bureau | December 04, 2018 IST

ମେଷ – ବ୍ୟବସାୟ ଲାଭଜନକ ହେବ । ମନ ବ୍ୟସ୍ତ ରହିଲେ ବି ମଧ୍ୟମ ଧରଣର ଶୁଭଫଳ ମିଳିବ । କୌଣସି ବ୍ୟକ୍ତିଙ୍କ ସହିତ ହଠାତ୍ ବିବାଦୀୟ ପରିସ୍ଥିତି ଉପୁଜିପାରେ । ବୃଷ – କାର୍ଯ୍ୟରେ ସଫଳତା ଲାଭ କରିବେ । ପ୍ରତ୍ୟେକ କାର୍ଯ୍ୟରେ ଓ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି । ବନ୍ଧୁ ଓ ଆତ୍ମୀୟଙ୍କଠାରୁ ସହଯୋଗ ମିଳିବ । ମିଥୁନ– ଉନ୍ନତି ମାର୍ଗରେ ଆଗକୁ ବଢିବେ । ପାରିବାରିକ ସୁଖ, ଶାନ୍ତି ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । କୀର୍ତ୍ତିମାନ ହେବେ । କର୍କଟ– ପୈତୃକ ସମ୍ପତ୍ତିକୁ ନେଇ ଉପୁଜି ଥିବା ବିବାଦର ଆଶୁ ସମାଧାନ ହେବ । ଆୟ ବୃଦ୍ଧି ହେଲେ ବି, ତାହା ମଧ୍ୟମ ଧରଣର । ଆପଣଙ୍କର ସୁଚିନ୍ତିତ ମତାମତ ଗ୍ରହଣ ଯୋଗ୍ୟ ହେବ । ସିଂହ – ବନ୍ଧୁ ମେଳାରେ ଆନନ୍ଦ ଅନୁଭବ କରିପାରନ୍ତି । କାର୍ଯ୍ୟରେ ବାଧା, ବିଘ୍ନ ଉପୁଜିପାରେ । ବିବାଦୀୟ ବିତର୍କରେ ଭାଗ ନ ନେଇ ଅନ୍ୟ ମତ ଗ୍ରହଣ କଲେ ଲାଭବାନ ହୋଇପାରନ୍ତି । କନ୍ୟା – ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ଅର୍ଥ ଚିନ୍ତା ଦୂର ହେବ । କର୍ମ ଆନନ୍ଦଦାୟକ ହେବ ।   ସତ୍‌ସଙ୍ଗୀ ହୋଇପାରନ୍ତି । ତୁଳା – ସୁଖ ସମ୍ମାନ ଲାଭ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ଯେତେ ଦୂର ସମ୍ଭବ ଶୀଘ୍ର ଶେଷ କରିବା ପାଇଁ ଉଦ୍ୟମ ଜାରି ରଖିବେ । କର୍ମକ୍ଷେତ୍ରରେ ଆଶାଜନକ ପଳ ପ୍ରାପ୍ତ ହେବେ । ବିଛା – ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି । ପରୋପକାର କରି ନିଜକୁ ଧନ୍ୟ ମନେ କରିବେ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ଧନୁ – ବାହାର ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବେ । ମକର – ବିଚାର ବିଭ୍ରାଟ ଘଟିବା ପୂର୍ବରୁ ପରମ୍ପରା ପ୍ରତି ବିଜ୍ଞ ଲୋକଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ସୁଖ-ସନ୍ତୋଷ ଲାଭ କରିବେ । ମନରେ ଉତ୍ସାହ ବୃଦ୍ଧି ପାଇବ । କୁମ୍ଭ–ଦାୟିତ୍ବ ବହନ କରୁଥିବା କାର୍ଯ୍ୟର ସଫଳ ରୂପାୟନ କରିବେ । କଳ୍ପନା ବିଳାସୀ ହୋଇପାରନ୍ତି । ମନରେ ସରସତା ଦେଖା ଦେବ । ମୀନ–ଅତୀତ କାର୍ଯ୍ୟରେ ଉପୁଜି ଥିବା ସମସ୍ୟାର ସୁସମାଧାନ ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । କାର୍ଯ୍ୟ ସିଦ୍ଧି ହେବ, ମାତ୍ର ବିଳମ୍ବିତ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.