ନଭେମ୍ବର ୧୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 19, 2020 IST

ମେଷ – ଆଜି ରବି ନିଚସ୍ଥ ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ । କିନ୍ତୁ କର୍ମାଧିପତିଙ୍କ ପ୍ରଭାବରେ ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୧।

ବୃଷ – ଅପ୍ରିୟ ସତ୍ୟ କହି ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ଶିକାର ହେବେ । କୌଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି । ପଡୋଶୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ମିଥୁନ – ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଙ୍କ ଯୋଗୁ ଆଜିର କାମଗୁଡିକ ଶୃଙ୍ଖଳିତ ହେବ ନାହିଁ । ବ୍ୟବସାୟ ବଢିପାରେ କିମ୍ବା ନୂତନ ଭାବେ ଆରମ୍ଭ କରି ଆତ୍ମତୃପ୍ତି ଲଭିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ – ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ଅନୁତାପ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ସିଂହ – ମାନସିକ ଅସ୍ଥିରତା କାରଣରୁ ବେଳେ ବେଳେ ଭୁଲ୍ ନିଷ୍ପତ୍ତି ନେଇ ସୁଯୋଗ ହରାଇବେ । କିନ୍ତୁ ମଘା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଆଶାନୁରୂପ ଅବଶ୍ୟ ପାଇବେ ।  ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କନ୍ୟା – ସମ୍ପର୍କୀୟଙ୍କ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ଭୁଲ୍ ନିଷ୍ପତ୍ତି ସମସ୍ୟାକୁ ବଢାଇପାରେ । ଉଚ୍ଚ ପଦାଧିକାରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭୁଲି ଯାଇପାରନ୍ତି ।  ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା – ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅପରିଚିତାଙ୍କ ସହ କଳହ ଲାଗିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବିଛା – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଚାପ କ୍ରମଶଃ ବଢିପାରେ । ଥଣ୍ଡା କାଶଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ସଙ୍ଗୀତ କ୍ଷେତ୍ର ପୂର୍ବପର ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଧନୁ – ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହେବ, ଆତ୍ମୀୟମାନଙ୍କ ଉପସ୍ଥିତି ଓ ସାହାର୍ଯ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ । ନିଜ ନିଜର ସ୍ୱାର୍ଥସାଧନ ନିମିତ୍ତ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ମକର – କର୍ମକ୍ଷେତ୍ରରେ ସବୁ ସମୟରେ ମିଶୁଥିବା ବ୍ୟକ୍ତିମାନକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ । ପୂର୍ବ ପରିକଳ୍ପିତ ନୂତନ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ  – ଶାରୀରିକ ଶିଥିଳତା ଅନୁଭବ କଲେ ମଧ୍ୟ ଦୃଢ ମନୋବଳ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ । କର୍ମାରମ୍ଭରେ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବାର ସୁଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫।

ମୀନ – ଦୂରଯାତ୍ରାର ଅସୁବିଧା କରିବେ କିନ୍ତୁ ଶେଷ ମୁହୂର୍ତ୍ତରେ ସବୁ ଓଲଟ ପାଲଟ ହୋଇଯିବ । କର୍ମକ୍ଷେତ୍ରରେ ସୁଯୋଗ ହାତ ପାଆନ୍ତାରେ ପାଇବେ ଓ କାମ ହାସଲରେ ସମର୍ଥ ହେବେ । ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.