୨ ଡିସେମ୍ବର, ରବିବାର

Published By : Prameya-News7 Bureau | December 02, 2018 IST

ମେଷ – ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହେବେ । ମନୋବଳ ଦୃଢ ରହିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ପ୍ରଭାବ ବିସ୍ତାର କରିବେ । ବୃଷ – ସୁଯୋଗ ହାତଛଡା ହେବ ନାହିଁ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ଦୁଃଖିତ ହୋଇପାରନ୍ତି । ଅଧିକ ଚିନ୍ତା ମନ ଭାବାକ୍ରାନ୍ତର କାରଣ ହେବ । ମିଥୁନ - ପଦୋନ୍ନତିର ସୂଚନା ମିଳିବ । ସୁଖ, ସମ୍ମାନ ଲାଭ କରିବେ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । କର୍କଟ- ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥାରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟ ପ୍ରାପ୍ତିରେ ବିଳମ୍ବ ଘଟିପାରେ । ସିଂହ – ଆୟ ଯଥେଷ୍ଟ ପରିମାଣର ହୋଇପାରେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ପଦୋନ୍ନତି ହେବା ଆଶା କରାଯାଏ । ବ୍ୟବସାୟ ଲାଭଜନକ ହେବ । କନ୍ୟା – ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ପାଇ ଖୁସି ହେବେ । ଆୟ ଉତ୍ତମଧରଣର ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ତୁଳା – ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ପୂର୍ବାପେକ୍ଷା ଅଧିକ ଦାୟିତ୍ୱ ବହନ କରି ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିବେ । ବିଛା – ଅଜାଣତରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ଆତ୍ମ ସଂଯମୀ ହେବେ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶାରିରୀକ କ୍ଳେଶ ଭୋଗ କରିପାରନ୍ତି । ଧନୁ – ମନ ପ୍ରସନ୍ନ ରହିବ । ପ୍ରଭାବ ବିସ୍ତାର କରି ସୁଖ-ଶାନ୍ତିରେ ସମୟ ଅତିବାହିତ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ ହେବେ । ମକର – କଷ୍ଟ ଭୋଗ କରି ମଧ୍ୟ, ଲାଭବାନ ହେବେ । ଆତ୍ମ ସଂଯମୀ ହେବେ । ସତ୍ କର୍ମରେ ବ୍ୟୟ କରିପାରନ୍ତି । ସର୍ବ କୁଶଳ ଆଶା କରାଯାଏ । କୁମ୍ଭ - ବ୍ୟସ୍ତତାର ଲାଘବ ପାଇଁ ଆଶ୍ୱସନା ମିଳିବ । କାର୍ଯ୍ୟ ହାସଲ ପାଇଁ ଚଞ୍ଚଳ ଚେଷ୍ଟିତ ହେବେ । ଏଥିପାଇଁ ଆବଶ୍ୟକ ଠାରୁ ଅଧିକ ବ୍ୟୟ ହୋଇପାରେ । ମୀନ - କାର୍ଯ୍ୟ ସହଜ,ସରଳ ଓ ବୋଧଗମ୍ୟ ହେବ । ଦ୍ରବ୍ୟ ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଚଞ୍ଚଳତାଯୁକ୍ତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.