Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ନଭେମ୍ବର ୮ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/11/2020 at 7:36 AM

ମେଷ – ଆଜି ଧନ ସ୍ଥାନରେ ରାହୁ ସହ ଚନ୍ଦ୍ର ଯୋଗ ଧନହାନିର କାରଣ ହୋଇପାରେ । ମିଥ୍ୟାଭାଷଣରୁ ବନ୍ଧୁ ସମ୍ପର୍କ ଫିକା ପଡିଯିବ । ଯାନାବାହନରେ ଅସୁବିଧାର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବୃଷ – ଆଜି ପାପଗ୍ରହ ଯୁକ୍ତ କାରନରୁ ପ୍ରତ୍ୟେକ ପରିସ୍ଥିତିରେ ଆପଣ କମ୍‌-ଜୋର ରହିବେ । ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ମିଥୁନ –  ବ୍ୟୟସ୍ଥାନ ପାପଗ୍ରହ ପ୍ରଭାବରୁ  ଖର୍ଚ୍ଚ ଭାର ବୃଦ୍ଧି ପାଇବା ଦୁଶ୍ଚିନ୍ତାର କାରଣ ହେବ । ଇଚ୍ଛା ନ ଥିଲେ ଅସ୍ଥିର ମନ ହେତୁ କଥାରେ ସଂଯମତା ହୋଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାଢ଼ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କର୍କଟ – ଆପଣଙ୍କ ରାଶି ଥଣ୍ଡା ଗ୍ରହ ଶନିଙ୍କ ଦୃଷ୍ଟିରେ ôତବାରୁ ସହନଶୀଳତା ଓ ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟପାତ୍ର ହେବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ସିଂହ – କର୍ମାଧିପ ନୀଚରାଶିରେ ଥିବାରୁ ଆଜିର କାର୍ଯ୍ୟରେ କିଛିଟା ବ୍ୟତିକ୍ରମ ସୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

କନ୍ୟା – ବ୍ୟକ୍ତିଗତ ମଜା  ମଉଜ ଓ ସୁଖ, ସୁବିଧାକୁ ପ୍ରାଧାନ୍ୟ ଦେଇ ଦାୟିତ୍ୱପୂର୍ଣ୍ଣ କାମଗୁଡିକୁ ଅବହେଳା କରିବେ । ଫଳତଃ ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା – ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଟକି ରହିଥିବା ବହୁତ ଗୁଡିଏ କାମ ଟେନ୍‌ସନ ବଢାଇବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ୩ ।

ବିଛା – ମାନସିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ବୃହସ୍ପତିଙ୍କ ଅବଦାନ ରହିବ । ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ବିଚଳିତ ବୋଧ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଧନୁ – ଆପଣଙ୍କ ରୋକ୍ ଠୋକ୍ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ । ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ କୌଣସି ଜିନିଷ ହରାଇ ପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ମକର – ଆଜି ଯାହା ଓ ଯେମିତି ଆଶା କରୁଛନ୍ତି ସେମିତି ହିଁ ପାଇବରେ କୌଣସି ଅସୁବିଧା ରହିବ ନାହିଁ । ବିବାଦିୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

କୁମ୍ଭ  – ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁନି ସମସ୍ତ ବୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ମୀନ – ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଭଲ ରହିବ ନାହିଁ । ଅସୁସ୍ଥତା କାରନରୁ କେତେକ କାମରେ ଅବହେଳା କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ଞ୍ଜ ।

   Related Posts