ନଭେମ୍ବର ୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 05, 2020 IST

ମେଷ – ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥ ଲାଭ ସହ ପାରିବାରିକ ଶାନ୍ତି ପାଇବେ । କିନ୍ତୁ ଦୂରଯାତ୍ରା ଓ ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ । ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ବୃଷ – ଚନ୍ଦ୍ରଙ୍କ ନକ୍ଷତ୍ରରେ ଶୁକ୍ର ଆପଣଙ୍କୁ ବୈଷୟିକ ସୁଖ, ସମ୍ପଦ ପ୍ରଦାନ କରିବାରେ ସହାୟକ ହେବେ । ସାହିତ୍ୟ ଚର୍ଚ୍ଚାଦିରେ ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମିଥୁନ – ଘରୋଇ ବ୍ୟାପାରରେ ଅନ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ନିଜର ମତ ହଠାତ୍ ବଦଳାଇ ଅସହ-ଯୋଗ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

କର୍କଟ – ଦଶମ ଚନ୍ଦ୍ର ହେତୁ କୌଣସି ନୂତନ ପରିବେଶରେ ସଦାବସ୍ଥାନରୁ ନିଜକୁ ଭାଗ୍ୟବାନ୍ ମନେ କରିପାରନ୍ତି । ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପୂର୍ବାହ୍ନରେ ପାଇ ସାମୟିକ ଖୁସୀ ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ରବିଙ୍କ ନକ୍ଷତ୍ରସ୍ଥ ବୃହସ୍ପତି ଯୋଗୁଁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ବନ୍ଧୁ ସାହାଯ୍ୟ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

କନ୍ୟା – ରବିଙ୍କ ଦୁର୍ବଳତା ହେତୁ ରୋଗ ଜନିତ ମୁଣ୍ଡବ୍ୟଥା କିମ୍ବା କିଡନି ରୋଗ କୁ ନିମନ୍ତ୍ରଣ କରିପାରେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ତୁଳା – ଷଷ୍ଠାଭାବସ୍ଥ ମଙ୍ଗଳ ହେତୁ ପତ୍ନୀଙ୍କ କ୍ଷୋଭ, ସନ୍ତାନଙ୍କ ବେଖାତିର କାମ ସଙ୍ଗକୁ ଭାବପ୍ରବଣତାଜନିତ ମାନସିକ ସ୍ଥିରତା ରହି ନ ପାରେ । ମିତ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ବିଛା – ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଆପଣ କଳ୍ପନା ମାଧ୍ୟମରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ ଯେହେତୁ ବ୍ୟସ୍ତବତା ବହୁ ଦୂରରେ ରହିଯିବ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ଧନୁ – ବନ୍ଧୁଙ୍କ ପ୍ରେରଣାରେ କେତେକ ନୁତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିପାରନ୍ତି । ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପାଖ, ପଡୋଶୀମାନେ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମକର – ଆପଣ ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

କୁମ୍ଭ – ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିଲେ ମଧ୍ୟ ଶତ୍ରୁରାଶିସ୍ଥ ଶନି ହେତୁ କାର୍ଯ୍ୟରେ ବିଘ୍ନ ଘଟିପାରେ । ପିଲାମାନଙ୍କର କିଛି ସମସ୍ୟାକୁ ନେଇ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ମୀନ – ରାଶିରେ ମଙ୍ଗଳ ଓ କର୍ମସ୍ଥ ବୃହସ୍ପତିଙ୍କ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଓ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ । ମନ ଶାନ୍ତି ପାଇବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.