Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନଭେମ୍ବର ୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

2/11/2020 at 7:24 AM

ମେଷ – ବାକଅଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବାରେ ବନ୍ଧୁ ସାହାର୍ଯ୍ୟ କରିବେ । ଶୁଭ ରଙ୍ଗ ଧଳ । ଶୁଭ ଅଙ୍କ ୮ ।

ବୃଷ – ସହକର୍ମୀଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅଫିସ୍ ରେ କାମର ଚାପ ପ୍ରଭାବରୁ ଟେନସନ୍ କିଛି ମାତ୍ରାରେ ଲାଗି ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମିଥୁନ – ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରିବେ । ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

କର୍କଟ – ଆଜି ଆପଣ ପ୍ରତିବନ୍ଧକ ମଧ୍ୟରେ ପରିସ୍ଥିତି ସହ ଲଢେଇ କରି କାମ ହାସଲ କରିପାରିବେ । ଗତକାଲି ଠାରୁ ଆଜି ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ସିଂହ – ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ବ୍ୟବସାୟ, ସଂଗଠନ, ପ୍ରଶାସନ, ଗଣ ଯୋଗାଯୋଗ ପାଇଁ ଦିନଟି ଖରାପ । ଉଚ୍ଚପଦାଧିକାରୀଙ୍କ ସାମୟିକ କ୍ରୋଧରୁ କିଛିଟା ହାଇରାଣ ହୋଇପାରନ୍ତି ।  ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କନ୍ୟା – ଆଜି ଆକସ୍ମିକ ସ୍ୱାସ୍ଥ୍ୟହାନି ସାଙ୍ଗକୁ ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ବିଷମ ପରିସ୍ଥିତିରେ ବନ୍ଧୁଙ୍କ ଠାରୁ ସହ-ଯୋଗର ଆଶା ନିରର୍ଥକ ହୋଇପାରେ ।  ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ତୁଳା – ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହୋଇପାରେ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବେ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବିଛା – ଅଯଥା ଭୟ, ଆଶଙ୍କା ଓ ଉଦ୍‌ବେଗ ମଧ୍ୟରେ ଦିନଟିକୁ କଟାଇବେ । ଯାହାଙ୍କ ଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଧନୁ – ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାର୍ଯ୍ୟ ସହଯୋଗର ଅଭାବ  ରହିବ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମକର – ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ୍ କରିବା ବଦଳରେ ନିନ୍ଧା କରିବେ । ଘରୋଇ କଥାରେ ଅଯଥା ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ  – ବନ୍ଧୁଙ୍କ ସହ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟାଜନିତ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ । ତଥାପି ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବ ବନ୍ଧୁ କିଛି ଖବର ନେଇ ଆସିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ମୀନ – ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଅକ୍ଷୁଣ୍ଣ ରହିବ । କୌଣସି ଅଜଣା ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ନିକଟ ସମ୍ପର୍କୀୟମାନଙ୍କ  ସହ ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

   Related Posts