ଅକ୍ଟୋବର ୨୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 29, 2020 IST

ମେଷ – ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ବନ୍ଧୁ ବର୍ଗରୁ ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । ଦେବାଦେବୀ ପୂଜାରେ ମନ ବଳାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬

ବୃଷ – ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ସରକାରୀ ସ୍ତରରେ ପ୍ରାପ୍ୟ କିଛି ଥିଲେ ତାହା ହାତକୁ ଆସିବ । ଦୂର ଯାତ୍ରାରେ ସଫଳତା ମିଳିବ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମିଥୁନ – ପୀଡା କିମ୍ବା ସ୍ନାୟବିକ ଦୁର୍ବଳତା ଭୋଗ ହେବ । ନିରପେକ୍ଷ ମତାମତ ଦେଇ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ଗୃହ ନିର୍ମାଣ ଆଦି କର୍ମ ତ୍ୱରାନ୍ୱିତ ହେବ । ଶୁଭ କାର୍ଯ୍ୟ ସଂପାଦନ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

କର୍କଟ – କର୍ତ୍ତବ୍ୟ ପରାୟଣ ହେବେ । ମାନସିକ ଶାନ୍ତି ସନ୍ତୋଷ ମିଳିବ । ସରକାରୀ ସ୍ତରରୁ ନିଶ୍ଚିତତାର ସୂଚନା ପାଇବେ । ପୁରାତନ ରୋଗପୀଡାର ଆଶଙ୍କା କମ୍ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ସିଂହ – କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ପରିବାରରେ ଶାନ୍ତି ଅବ୍ୟାହତ ରହିବ । ମନୋବଳ ଦୃଢ ହେବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କନ୍ୟା – ଆୟ ଠାରୁ ବ୍ୟୟର ପରିମାଣ ଅଧିକ ହେବ । ମାନସିକ ପରିତୃପ୍ତି କମ୍ ପାଇବେ । ସନ୍ତାନ ସନ୍ତତି ଚିନ୍ତା ବଢାଇ ପାରନ୍ତି । ଭୂମି ଜମିଜମା ସଂପର୍କୀୟ କିଛି ଝାମେଲା ଆସିପାରେ । ଶୁଭ ରଙ୍ଗ  ଲାଲ୍ । ଶୁଭ ଅଙ୍କ ୪ ।

ତୁଳା – ଦେହ ଅସୁସ୍ଥ ରହିବ । ଦୂର ଯାତ୍ରାରେ କ୍ଷତି ଯୋଗ ରହିଛି । ଆତ୍ମ ନିର୍ଭରଶୀଳ ହେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସତ ପରାମର୍ଶ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ୮ ।

ବିଛା – କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି ଆଜି । ସମୟ ଶୁଭ କାରକ ହେବ । ବିବାଦମାନ ସ୍ଥିତି କ୍ରମେ ଦୂରେଇବ । ଆଦର ସମ୍ମାନ ପାଇବେ । ଆୟ ଆଖିଦୃଶିଆ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ଧନୁ – ସଦା ସର୍ବଦା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜକୁ ନିୟୋଜିତ ରଖିବେ । ମନରେ ଉତ୍ସାହ ବଢିବ । ଦୂର ଭ୍ରମଣ ଯଥା ସମ୍ଭବ ସଂକୁଚିତ କରିବା ଭଲ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ମକର – ତୀର୍ଥ ଦର୍ଶନ, ପରୋପକାର, ଆଦର, ସମ୍ମାନ, ଅଭ୍ୟର୍ଥନା, ବନ୍ଧୁ ମିଳନ ଓ କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ । ଅପରାହ୍ନ ଠାରୁ ସମୟ କିଛି ପ୍ରତିକୂଳ ଫଳ ଦେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କୁମ୍ଭ  – କର୍ମକ୍ଷେତ୍ରରେ ନିରପେକ୍ଷ ରହିଲେ ବହୁ ଅସୁବିଧାରୁ ମୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ମିଳିବ । ଲକ୍ଷ୍ୟ ପୂରଣ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ମୀନ – କର୍ମ କ୍ଷେତ୍ରରେ ବିଳମ୍ବ, ଆଶା ବିଫଳ ଧର୍ମ କାର୍ଯ୍ୟରେ ଋଚି, ସାମାଜିକ ପ୍ରତିଷ୍ଠା ଓ ଆୟ ବଢିବାର ସମ୍ଭାବନା ଅଧିକ । ବନ୍ଧୁମାନେ ବିରୁଦ୍ଧାଚରଣ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.