୨୯ ନଭେମ୍ବର, ଗୁରୁବାର

Published By : Prameya-News7 Bureau | November 29, 2018 IST

ମେଷ – ଆୟର ପରିମାଣ ଅହେତୁକ ବୃଦ୍ଧି ପାଇବ । ସରକାରୀ ଓ ବନ୍ଧୁଙ୍କ ସାହାର୍ଯ୍ୟ ପାଇ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବୃଷ – କାର୍ଯ୍ୟରେ ବାଧା ଉପୁଜି ପାରେ, ମାତ୍ର ତାହା ସାମୟିକ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ବିବାଦୀୟ ଭାଗ ନ ନେଇ ଚୁପ୍ ରହିବା ସବୁଠୁ ଭଲ । ମିଥୁନ - ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଚେଷ୍ଟାରେ ସଫଳତା ମିଳିବ । କର୍କଟ- ଦୂରଯାତ୍ରା ଫଳପ୍ରଦ ହେବ । ସାଧନା ଫଳବତୀ ହେବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଶ୍ରୀ ଲାଭର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିପାରେ । ସିଂହ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଦାନ-ଧର୍ମର ଦୀକ୍ଷା ଗ୍ରହଣ କରିବେ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ପଦୋନ୍ନତି ମିଳିବ । କନ୍ୟା – ଅସୁବିଧା ଉପୁଜିବାର ସୂଚନା ମିଳିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ବିଳମ୍ବିତ ହେବ । ବାଧା-ବିଘ୍ନକୁ ଏଡାଇବେ ମାତ୍ର ବହୁ କଷ୍ଟରେ । ତୁଳା – ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରିପାରନ୍ତି । ବିଛା – ଦେବ ଦର୍ଶନ କରି ଅତ୍ମ ସନ୍ତୋଷ ଲାଭ କରିବେ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସଫଳତା ଲାଭ କରିବେ । ଧନୁ – ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡିବ । ପ୍ରଭାବ ବିସ୍ତାର କରି ବହୁଜନଙ୍କୁ କରାୟତ୍ତ କରିବେ । ମକର – ଯେକୌଣସି ସୂତ୍ରରୁ ଅର୍ଥ ମିଳିବ । କାର୍ଯ୍ୟରେ ଆଗକୁ ବଢିବା କଷ୍ଟସାଧ୍ୟ ହେବ । ଶତ୍ରୁ ଉତ୍ପାତକୁ ଦମନ କରିବେ, ମାତ୍ର ଏଥିପାଇଁ କଷ୍ଟ ସହିବାକୁ ପଡିବ । କୁମ୍ଭ - କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ । ନିଜ କାର୍ଯ୍ୟଧାରାରେ ସଫଳତା ପାଇଁ ଆତ୍ମ ତୃପ୍ତି ଲାଭ କରିପାରନ୍ତି । ଯଶସ୍ୱୀ ହେବେ । ମୀନ - କାର୍ଯ୍ୟକୁ କରାୟତ୍ତ କରିପାରନ୍ତି । ଶାନ୍ତି, ସନ୍ତୋଷ ମିଳିବ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ଭାଗ୍ୟୋନ୍ନତି ଘଟିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.