ଅକ୍ଟୋବର ୧୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 13, 2020 IST

ମେଷ – ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ ଫିକା ପଡିଯାଇପାରେ, ଯାହା କି ଆଜିର ଟେନ୍ସନର ମୁଖ୍ୟ କାରନ ହେବ । ସାମ୍ବାଦିକ କ୍ଷେତ୍ରରେ ଶୁଭଫଳ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ବୃଷ – ପରିବାର ସଦସ୍ୟଙ୍କ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି । ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମ ବାଦ୍ ଦେଲେ ଯାତ୍ରା ସଫଳ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମିଥୁନ – ବିଶେଷ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଭିକ୍ଷା କରିପାରନ୍ତି । ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

କର୍କଟ – କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମନା କରିବାର ସାହସ ଜୁଟିଯିବ । କଚେରି ମାମଲାର ଆଶୁ ଶୁଣାଣି ହେବ କିନ୍ତୁ ସନ୍ତୋଷ ପାଇପାରିବେ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ସିଂହ – ପୂର୍ବ ଶତ୍ରୁତାର କୁଫଳ ସଦୃଶ ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଅସହ୍ୟ ହୋଇପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ଶୁଭ ଅଙ୍କ ବ୍ରାଉନ୍ । ଶୁଭ ଅଙ୍କ ୧ ।

କନ୍ୟା – ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ୃହେବାର ଆଶଙ୍କା ରହିଛି । ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ତୁଳା – ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ବାକି ରହିଯାଇଥିବା ବହୁତ ଗୁଡାଏ କାମ ସକାଶେ ଟେନ୍ସନ ବଢିଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ବିଛା – ଆଜି ବୃହସ୍ପତି ଦୃଷ୍ଟ ଚନ୍ଦ୍ର ପ୍ରଭାବରୁ ପ୍ରିୟଜନଙ୍କ ସାନ୍ନିଧ୍ୟରୁ ମନ ଖୁସୀ ରହିବ । କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ଧନୁ – ଶାରୀରିକ ସୁସ୍ଥତା ଓ ପାରିବାରିକ ସୌଖ୍ୟ ମନକୁ ଆହ୍ଲାଦିତ କରିବ । କିନ୍ତୁ ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ କୌଣସି ଜିନିଷ ହରାଇ ଦୁଃଖାନୁଭବ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମକର – ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଅଭିଳାଷ ପୂରଣରୁ ମାନସିକ ଶାନ୍ତି, ବନ୍ଧୁମିଳନରୁ ଆନନ୍ଦ ଲାଭ କରିବେ । ନିର୍ମାଣ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କୁମ୍ଭ – ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମୀନ – ଦୀର୍ଘଦିନ ହେଲା ଆପଣ ଯାହା ଆଶା କରୁଥିଲେ ତାହା ଆଜି ସହଜଲଭ୍ୟ ହୋଇପାରିବ । ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଦୂରେଇ ଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.