Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଅକ୍ଟୋବର ୧୦ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

10/10/2020 at 7:16 AM

ମେଷ – ଆଜି ଧନ ସ୍ଥାନରେ ରାହୁ ସହ ଚନ୍ଦ୍ର ଯୋଗୁ ଧନହାନି କିମ୍ବା ଅର୍ଥ ସମ୍ପର୍କୀୟ ବିବାଦ ଲାଗିପାରେ । ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ବୃଷ – ଶନି ଓ ଶୁକ୍ରଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ଫୁଲାଫାଙ୍କିଆ ମିଜାଜରେ ସମୟରେ ଅପଚୟ କରିପାରନ୍ତି । ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ମିଥୁନ – ଆଜି ଆପଣ ହସଖୁସୀର ପରିବେଶ ଭିତରେ ନିଜକୁ ହଜାଇ ଦେବେ । ମାତ୍ର କେତେକ କ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ଆତ୍ମବଡିମା ପ୍ରକାଶ କରି ଉପହସିତ ହେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କର୍କଟ – ରବି ଏବଂ ବୁଧ ତଥା ଶୁକ୍ର କ୍ଷେତ୍ର ପରିବର୍ତ୍ତନ କରିଥିବାରୁ ପାରିବାରିକ ଜୀବନରେ ସୁଖଦ ଅନୁଭୂତିର ସୌଭାଗ୍ୟ ଅର୍ଜନ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ସିଂହ – ଆଜି ସାମୟିକ ବିଭିନ୍ନ ପ୍ରକାରର ଅସ୍ୱାଭାବିକ ପରିସ୍ଥିତିକୁ ସାମ୍‌ନା କରି ମନ ଚିନ୍ତା ସାଗରରେ ଭାସି ବୁଲିବ । ଶୁଭ ଅଙ୍କ ପିଚ୍ । ଶୁଭ ଅଙ୍କ ୧ ।

କନ୍ୟା – ରବି ରାଶିରେ ଥିବାରୁ ପରିଣାମ କ’ଣ ହେବ ସେଥି ପାଇଁ ଚିନ୍ତା କରନ୍ତୁ ନାହିଁ । ସାମନ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଭିତରେ କାମ ହାସଲ କରି ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ତୁଳା – ସାମାଜିକ ସ୍ତରରେ ନିଜକୁ ଆଗରେ ରଖିପାରିବେ ନାହିଁ, ଫଳରେ ପଶ୍ଚାତ୍ତାପ କରିପାରନ୍ତି । ଆଗମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବିଛା – କେତୁ ଓ ଶନିଙ୍କ ସ୍ଥିତିଜନିତ ନିଜ ବାସସ୍ଥାନ ନିକଟରେ ରହୁଥିବା ଲୋକଟିଏ ଆପଣଙ୍କୁ ମିଛ କଥା କହିପାରେ । ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ଧନୁ –ଆପଣଙ୍କ ବ୍ୟକ୍ତି କୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ବନିପାରେ । ଦୈନିକଚର୍ଯ୍ୟା ସ୍ୱାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ମକର – ଆଜି କୌଣସି କାମ ଅଟକିବ ନାହିଁ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ସହ ଟେନ୍ସନ ଲାଗି ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କୁମ୍ଭ – ଅନ୍ୟମାନଙ୍କ ପ୍ରରୋଚନାରେ ନିଜର ଆତ୍ମୀୟା ଜଣେ କିଛି ସମସ୍ୟା ସୃଷ୍ଟିରେ ସାହାର୍ଯ୍ୟ କରିପାରନ୍ତି । ନ ଥିବା ଜିନିଷ ପାଇଂ ତର୍କ ଓ ବିବାଦ ବଢିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମୀନ – ନୂତନ ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରନ୍ତି । ପ୍ରଶାସନିକ ସ୍ତରରେ ଉଦ୍ୟମ କରି ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

   Related Posts