ଅକ୍ଟୋବର ୫ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 05, 2020 IST

ମେଷ – ଆଜିର ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଆର୍ଥିକ ଅନଟନକୁ ବନ୍ଧୁ ଦୂରେଇବାର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବୃଷ – ଆଜି ଭାଇ, ବନ୍ଧୁ ଓ ନ୍ଖକ୍ସ ଲୋକମାନଙ୍କୁ ମନେଇବାରେ ସଫଳ ହେବେ, ଯାହାକି ଆଗାମୀ ସମୟ ପାଇଁ କାମରେ ଆସିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମିଥୁନ – ଅଯାଚିତ ଭାବେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ଓ ହାତକୁ ନେଇଥିବା କାମ ହାସଲରେ ସମର୍ଥ ହେବେ । ପାରିବାରିକ ଅସ୍ଥିରତା ଲାଗି ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

କର୍କଟ – ଭୁଲ୍ ବୁଝାମଣା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ ଏବଂ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ସିଂହ – କୌଣସି ବ୍ୟକ୍ତି ରାଗ ଶୁଝାଇବାକୁ ଯାଇ କଅଁଳ ଭାଷାରେ ନରମ କଥା କହି ଠିକଣା ସମୟରେ ପ୍ରତିଶୋଧ ନେବେ । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୩ ।

କନ୍ୟା – ବନ୍ଧୁଗହଣରେ ହସଖୁସିର ସହ ଆଲୋଚନାରେ ସମୟ କଟାଇବେ ଓ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ । ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା – ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ବନ୍ଧୁ ମିଳନ ଘଟିବ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ବିଛା – କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ ଏବଂ ପାରିବାରିକ ସ୍ଥିତି ଭଲ ରହିବ । ଅର୍ଥସଂକଟ କାରନରୁ କେତେକ କାମ ଅଟକି ରହିଯାଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ଧନୁ – କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରୁହନ୍ତୁ ନଚେତ୍ ଅନର୍ଥ ଅବଶ୍ୟମ୍ଭାବୀ । ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ତଥାପି ଶେଷ ସମୟରେ ସ୍ଥଗିତ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମକର – ପଡୋଶୀଙ୍କ ସହ ଟଙ୍କା ପାଇସାକୁ କେନ୍ଦ୍ର କରି ଆକସ୍ମିକ କଳହ ସୃଷ୍ଟି ହେବାର ସୂଚନା ରହିଛି । ପଦମର୍ଯ୍ୟାଦା ବୃଦ୍ଧିପାଇବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କୁମ୍ଭ – ଆଜି ବନ୍ଧୁମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଳାପ ଆଲୋଚନାରେ ସମୟ କଟାଇବେ । ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ମୀନ – ଉଦ୍ୟମ ସଫଳ ଦିଗରେ ଦୁଇଜଣ ଗୌରବର୍ଣ୍ଣ ବ୍ୟକ୍ତି ସାହାର୍ଯ୍ୟ କରିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.