୨୮ ନଭେମ୍ବର, ବୁଧବାର

Published By : Prameya-News7 Bureau | November 28, 2018 IST

ମେଷ – ପରିସ୍ଥିତି ଆୟତ୍ତାଧୀନ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଚିତ୍ତ ପ୍ରସନ୍ନ ରହିବ । ଧାର୍ମିକ ପ୍ରବୃତ୍ତି ହେବେ । କୋମଳଭାଷୀ ହେବେ । ବୃଷ – ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହେବେ । ମଧୁର କଥାରେ ବଶ କରିପାରନ୍ତି । ସହିବା ଗୁଣ ଆପଣଙ୍କର ଅଛି । ମିଥୁନ - ବନ୍ଧୁମାନଙ୍କ ସହିତ ଖୁସି ମନାଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ଧନ ସମ୍ପଦ ଭରପୂର ରହିବ । କର୍କଟ- ସୁସ୍ଥ ମାନସିକତା ନେଇ କାର୍ଯ୍ୟ ସମ୍ପାଦନ କରିବେ । ସାମୟିକ ଭାବେ ପଥରୋଧ ଘଟିପାରେ । ଖର୍ଚ୍ଚାନ୍ତ ହୋଇ ଉପୁଜିଥିବା ଅସୁବିଧା ଦୂର କରିପାରନ୍ତି । ସିଂହ – ବନ୍ଧୁମାନଙ୍କ ସହ ଯୋଗ ପାଇବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ । କନ୍ୟା – ନିଜର ତ୍ରୁଟି ସଂଶୋଧନ କରିବେ । କର୍ତ୍ତବ୍ୟ ପରାୟଣ ହେବେ । ପରିବାରର ମୁଖପାତ୍ର ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ,ସବଳ ହେବେ । ତୁଳା – ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି । ଭୋଗ-ବିଳାସରେ ସମୟ ଅତିବାହିତ କରିବେ । ବିଛା – ଠକମାନଙ୍କ ପ୍ରତି ସତର୍କ ରହିବେ । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ । ଧନୁ – ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ସମାଜସେବୀ ଭାବେ ପ୍ରତିଷ୍ଠା ଲାଭ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କ ଠାରୁ ସୁପରାମର୍ଶ ପାଇବେ । ମକର – ଏକ ଗୁରୁତ୍ୱପୂର୍ଣ୍ଣ ଓ ବୃହତକାର୍ଯ୍ୟ ପାଇଁ ବନ୍ଧୁ ସହ ଯୋଗ ପାଇବେ । ଶତ୍ରୁନାଶ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ କିନ୍ତୁ ସମାନୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । କୁମ୍ଭ - ଚଞ୍ଚଳ ପ୍ରକୃତିର ହେବେ । ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । ଧର୍ମମତି ହୋଇପାରନ୍ତି । ପୂର୍ବ ସୂଚନା ନ ଥାଇ ହଠାତ୍ ଧନ ଲାଭ ହୋଇପାରେ । ମୀନ - ଆପଣଙ୍କ ଉଦାର ଭାବ ଜନସାଧାରଣଙ୍କୁ ବିମୋହିତ କରିପାରେ । ଦାନ-ଧର୍ମକୁ ଦୀକ୍ଷା ଭାବେ ଗ୍ରହଣ କରିବେ । ସୁଖୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.