ସେପ୍ଟେମ୍ବର ୩୦ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 30, 2020 IST

ମେଷ – ଆଜି ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ବୃଷ – କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି । ଆସନ୍ତାକାଲି ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ କରିବାକୁ ପଡିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମିଥୁନ – ପୂର୍ବ କଥାକୁ ଦୋହରାଇ ପାଖ ପଡୋଶୀ ଆତ୍ମୀୟ ସ୍ୱଜନଙ୍କ ସହ ସମ୍ପର୍କ ହ୍ରାସ ଘଟିପାରେ । ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କର୍କଟ – ପ୍ରିୟଜନକଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ସିଂହ – ଆଜି ପରିବାରର ଦାବି ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । ଶୁଭ ଅଙ୍କ କ୍ରୀମ୍ । ଶୁଭ ଅଙ୍କ ୩ ।

କନ୍ୟା – ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ସ୍ୱାର୍ଥର ବଶବବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ତୁଳା – ଶାରୀରିକ ସ୍ୱାସ୍ଥ୍ୟ ଭଲ ରହି ନ ଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । ଆଜି ଦିନଟି ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିାବ କଷ୍ଟ ହୋଇଯିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ବିଛା – କର୍ମକ୍ଷେତ୍ର ସକାଶେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ଧନୁ – ଆଜି କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁଙ୍କ ସହ ଝଗଡା ଲାଗିପାରେ । ପୂର୍ବାଷାଢା ନକ୍ଷତ୍ରର ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମକର – ଆଜି ଆପଣ ପାଖ ପଡୋଶୀମାନଙ୍କ ସହ ବ୍ୟବସାୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କୁମ୍ଭ – କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମୀନ – ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି । ଉତ୍ତରଭାଦ୍ରପଦ ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.