Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସେପ୍ଟେମ୍ବର ୨୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

24/09/2020 at 7:31 AM

ମେଷ – ବକ୍ରୀ ମଙ୍ଗଳ ଅଶ୍ୱିନୀ ନକ୍ଷତ୍ରସ୍ଥ ଶାରୀରିକ ସୁସ୍ଥତା ପୂର୍ବପରି ଭଲ ଥିଲେ ମଧ୍ୟ ମାନସିକ ସ୍ଥିରତା ରହିବ ନାହିଁ । ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ସବୁ କାମ ଅଟକି ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ବୃଷ – ପଡୋଶୀମାନେ ସହ-ଯୋଗର ହାତ ବଢାଇବେ ଓ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମିଥୁନ – କର୍ମାଧିପ ପାପପ୍ରଭାବରୁ ମୁକ୍ତ ହେବା ଯୋଗୁ କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୁର୍ଣ୍ଣ ସହଯୋଗ ପାଇ ପାରିବେ । ପ୍ରିୟଜନଙ୍କ ସାହାର‌୍ୟ୍ୟ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ – ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ରବିନିମୟ ଯୋଗ ପ୍ରଭାବରୁ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ବହୁତ ଭଲ ରହିବ । ବିବାଦୀୟ ଘଟଣାରେ, ମାଲିମୋକଦ୍ଦମାରେ ଜୟଲାଭ କରିବାର ଆଶା ରହିଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ସିଂହ – ନୀଚାରୋହୀ ରବିଙ୍କ ଯୋଗୁଁ ଦୈହିକ ଏବଂ ମାନସିକ ସୁସ୍ଥତା ଓ ସ୍ଥିରତା ରହି ନ ପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

କନ୍ୟା – ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ହାସଲ କରି ଖୁସୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ତୁଳା – ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡି ରହି ନିଜର କାମଗୁଡିକକ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ବିଛା – ଶନିଙ୍କ ପ୍ରଭାବରୁ ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ ପାଇବ । ମିଥ୍ୟା ଗୁଜନ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ଧନୁ – ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତିମାନଙ୍କ ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ । ମୂଳା ନକ୍ଷତ୍ର ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମକର – ଆଜିର ପୂର୍ବାହ୍ନରେ ଅଫିସରୁ ହଠାତ୍ କୌଣସି ଖବର ପାଇ ବିଚଳିତ ବୋଧ କରିବେ । ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଶନିଙ୍କ ବଳବାନତ୍ୱ ହେତୁ ଉପଯୁକ୍ତ ଚିକିତ୍ସା କରିବା ହେତୁ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାର‌୍ୟ୍ୟ ଭିକ୍ଷା କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ମୀନ – ସାଧାରଣ କଥାକୁ ଅତିରଞ୍ଜିତ କରି ପରିବାର ଭିତରେ ଅଯଥା ବ୍ୟସ୍ତତାଜନିତ ସମାଲୋଚିତ ହେବେ । ଅନ୍ୟମନସ୍କ ହେତୁକ କୋଣସି ଭୁଲ୍ କାମ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

   Related Posts