Tuesday, December 11, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୭ ନଭେମ୍ବର, ମଙ୍ଗଳବାର

ମେଷ – କର୍ମକ୍ଷେତ୍ରରୁ ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ । ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।

ବୃଷ – ସୁଖ-ସମ୍ମାନ ଲାଭ କରିବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଯାନବାହନ ସୁଖ ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ ।

ମିଥୁନ – ବ୍ୟବସାୟରେ ଲାଭବାନ ହେବେ । କର୍ମ ଚଞ୍ଚଳ ରହିପାରନ୍ତି । ଦାତା,ଭୋକ୍ତା,ଗୁଣବାନ,ଧନୀ ଓ ମାନୀ ହେବାର ସୂଚନା ମିଳୁଛି ।

କର୍କଟ- ଦେବ ଦର୍ଶନରେ ଆତ୍ମ ସନ୍ତୋହ ମିଳିବ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଧନବାନ ହେବେ ।

ସିଂହ – ଶତ୍ରୁନାଶ କରିବେ । ମାମୁଁ ଙ୍କ ଦ୍ୱାରା ମାନ ଭଙ୍ଗ ହେବ । ପଶୁ ଧନାଦି ଯୁକ୍ତ ହେବେ । ନୀରୋଗୀ ହୋଇପାରନ୍ତି । ଯେକୌଣସି କାରଣରୁ ମନରେ ଭୟର ସଞ୍ଚାର ହୋଇପାରେ ।

କନ୍ୟା – ପୂର୍ବାନୁଭୂତିର ପୁନରାବୃତ୍ତି ହୋଇପାରେ । ବନ୍ଧୁ ଦର୍ଶନରେ ଉପକୃତ ହୋଇପାରନ୍ତି । ପର ଧନରେ ଧନୀ ହେବେ । ଯୁବତୀ ମନୋରଞ୍ଜନଜାରୀ ହୋଇପାରନ୍ତି ।

ତୁଳା – ଚିନ୍ତିତ ହେବେ । ଧର୍ମପ୍ରିୟ ହୋଇପାରନ୍ତି । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନର ଅଧିକାରୀ ହେବେ । ଶିଳ୍ପ ପାରଦର୍ଶୀ ହେବେ ।

ବିଛା – ପରିବେଶ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ଧନ ଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସମୟ ଉପସ୍ଥିତ । ତେଜୀୟାନ ହେବେ ।

ଧନୁ – ନୃତ୍ୟ,ସଙ୍ଗୀତ ପ୍ରିୟ ହେବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିବେ । ରାଜତୁଲ୍ୟ ହୋଇପାରନ୍ତି ।

ମକର – ଉପକାରିର ପ୍ରତ୍ୟୁପକାର କରିପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିବେ । ଯଶସ୍ୱୀ ହେବେ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ ସଫଳ ହେବେ ।

କୁମ୍ଭ – ସାମୟିକ ଭାବେ ଆଳସ୍ୟ ପରାୟଣ ହୋଇପାରନ୍ତି । ଧନବାନ,ଗୁଣଯୁକ୍ତ ଓ ପରୋପକାରୀ ହେବେ । ଉପାର୍ଜନ ଉଣା ହେବ ନାହିଁ ।

ମୀନ – ବହୁ ଶୁଭଫଳ ଆଶା କରାଯାଏ । ଅପରାହ୍ନରେ ଅଧିକ ଧନ ଅର୍ଜନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

291 Views

   You May Also Like