୨୬ ନଭେମ୍ବର, ସୋମବାର

Published By : Prameya-News7 Bureau | November 26, 2018 IST

ମେଷ – ଦୃଢ ମନୋବଳକୁ ପାଥେୟ କରି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିବେ । ବ୍ୟୟ ପରିମାଣ ବୃଦ୍ଧି ପାଇପାରେ । କଥାବାର୍ତ୍ତା ମର୍ଯ୍ୟାଦାପୂର୍ଣ୍ଣ ହେବ । ବୃଷ – ମନଯୋଗ ସହକାରେ କାର୍ଯ୍ୟ କରିବେ । ଆୟ ଯଥେଷ୍ଟ ପରିମାଣର ହେବ । ଚଞ୍ଚଳ ଚେଷ୍ଟିତ ହେବେ । ଶରୀର ସୁସ୍ଥ ରହିବ । ଯଶ ଅର୍ଜନ କରି ପ୍ରଶଂସାର ପାତ୍ର ହେବେ । ମିଥୁନ - କାର୍ଯ୍ୟ ଆୟତ୍ତାଧୀନ ହେବ । ସୁଖ ସମ୍ମାନ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । କର୍କଟ- ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବୃଦ୍ଧି ହେବ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ମନରେ ପ୍ରସନ୍ନତା ଦେଖା ଦେବ । ଭାଗ୍ୟଶାଳୀ ହେବେ । ସିଂହ – ଉପୁଜି ଥିବା ବିଶୃଙ୍ଖଳା ଦୂର ହେବ । ସାମାନ୍ୟ ମାତ୍ରାର ଶାରୀରିକ ପୀଡା ଅନୁଭବ କରିପାରନ୍ତି । କୌଣସି କାରଣରୁ ମନରେ ଈର୍ଷାଜାତ ହୋଇପାରେ । କନ୍ୟା – ନିର୍ମାଣ କାର୍ଯ୍ୟରେ ଆଗକୁ ବଢି ପାରନ୍ତି । ବନ୍ଧୁ ବାନ୍ଧବ ସହିତ ମିଶି ଆନନ୍ଦ ଉତ୍ସବ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ତୁଳା – ମନରେ ଅହଂଭାବ ଜାଗ୍ରତ ହେବ । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳବାନ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ବିଛା – ଆର୍ଥିକ ସ୍ଥିତିର ଢେର ଉନ୍ନତି ଘଟିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟ ଅଧିକ ଲାଭଜନକ ହେବ । ଧନୁ – ବହୁ ବାଧା ବିଘ୍ନକୁ ଏଡାଇ ଆଗକୁ ବଢିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଧର୍ମ ପରାୟଣ ହେବେ । ମକର – ବହୁ ଶୁଭଫଳ ମିଳିପାରେ । ଉଦାର ସ୍ୱଭାବର ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । କୁମ୍ଭ - ବିଶୃଙ୍ଖଳାକାରୀଙ୍କ ଉପରେ ବିରକ୍ତ ପ୍ରକାଶ କରିବେ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱେ ଉଦାହରଣ ହେବେ । ମିତ୍ର ସୁଖ ମିଳିବ । ମୀନ - ଯାତ୍ରା ଶୁଭ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ । ମୋକଦ୍ଦମାରେ ବିଜୟୀ ହେବେ । ଧନ ସମ୍ପଦ ଭରପୂର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.