Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ସେପ୍ଟେମ୍ବର ୦୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

6/09/2020 at 6:59 AM

ମେଷ – ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ବୃଷ – କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ମିଥୁନ – କର୍ମକ୍ଷେତ୍ରରେ ସହମତି ଭିତ୍ତିରେ ଆଲୋଚନା କଲେ ଅବଶ୍ୟ କାମ ହେବାର ସମ୍ଭାବନା ସୃଷ୍ଟି ହେବ । ଅଫିସ୍ କାମରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯।

କର୍କଟ – ସହକର୍ମୀଙ୍କ ସହ-ଯୋଗରେ କୌଣସି ବଡ କାମଟିଏ କରି ପାରିଥିବାରୁ ଲାଭ କରିବେ । କିନ୍ତୁ ଆକସ୍ମିକ ଭାବରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁଁ ବିଚଳିତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ସିଂହ – କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି । ଜଣେ ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିôତବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

କନ୍ୟା – କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବା ସଙ୍ଗକୁ ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । କିନ୍ତୁ ଘରେ ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ତୁଳା – ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କୌଣସି ମହିଳାଙ୍କ ଅନୁକମ୍ପାମୂଳକ ସାହାର୍ଯ୍ୟ ଦ୍ୱାରା ଉପକୃତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବିଛା – ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ଏପରି କି ଆପଣ ଅଫିସ୍ କାମରେ, ପ୍ରଶାସନିକ ସ୍ତରରେ ସଭାସମିତିରେ ତଥା ଶିଳ୍ପ, ବାଣିଜ୍ୟ, ମାନମାନାନ୍ତର ଦେଖା ଦେଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ଧନୁ – ସକାଳୁ ସକାଳୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସନ୍ଥର କରିପାରେ । ନୂତନ ଅଫିସ୍ କାମରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମକର – ବହୁତ ଦିନ ହେଲା ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ଆଜି ହାଲୁକା ଅନୁଭବ କରିବେ । ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କତାର ସହ କାମ ନ କଲେ ଅସୁବିଧାରେ ପଡିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

କୁମ୍ଭ – ଆଜି ନୂତନ କର୍ମାରମ୍ଭ ଯାନ ବାହନ ଲୋକସମ୍ପର୍କ ସଭା ସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ । ପ୍ରକାଶନ କ୍ଷେତ୍ର ପାଇଁ ଦିନଟି ଭଲ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ମୀନ – ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ସମସ୍ୟା ମଧ୍ୟରେ ଚଳିବା କାରଣକୁ ନେଇ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

   Related Posts