ସେପ୍ଟେମ୍ବର ୦୫ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 05, 2020 IST

ମେଷ – ଏକାଦଶସ ଚନ୍ଦ୍ର ଯୋଗୁ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ । କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍‌ବା ନିକଟ ସମ୍ପର୍କୀୟମାନଙ୍କ ମନରେ ଦୁଃଖ ଦେଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବୃଷ – ଉପଚୟ ସ୍ଥାନରେ ଶୁକ୍ରଥିବାରୁ ଆଜକୁ କେତେ ଦିନ ହେଲା ଭଲ ଲାଗୁ ନ ଥିବା ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଅଯଚିତ ଭାବେ ପାଖ ଲୋକମାନଙ୍କ ସହାୟତା ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ମିଥୁନ – ଦୁଃସ୍ଥାନରେ ବକ୍ରୀ ଶନିଙ୍କ ଯୋଗୁଁ ଯେତେ ଚେଷ୍ଟା କଲେ ମଧ୍ୟ ସମସ୍ୟା ସୁଧୁରିବା କଷ୍ଟକର ହୋଇପଡିବ । ଅଧିକାଂଶ ସମୟରେ ଭାବପ୍ରବଣତା ବୃଦ୍ଧି ପାଇବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କର୍କଟ – ଶନି ଓ ଶୁକ୍ରଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଜନିତ ନିଜର ଅବହେଳା ହେତୁକ କେତେକ କାମ ଅଟକି ରହିଯିବ । ସ୍ୱାର୍ଥସାଧନାରେ ନିରାଶ ହୋଇ ନିଜର ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ସିଂହ – ସ୍ୱଗୃହକୁ ମଙ୍ଗଳଙ୍କ ଦୃଷ୍ଟି ହେତୁ ପରିବାରରେ ଭୁଲ୍ ବୁଝାମଣା ଦୂର ହୋଇ ଶାନ୍ତି ଫେରି ଆସିବ । କାମଟିକୁ ଶେଷ କରିବା ପାଇଁ ବ୍ୟସ୍ତ ହୋଇପଡିବେ । ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୩ ।

କନ୍ୟା – ଦ୍ୱାଦଶଭାବରେ ରବି ଓ ବୁଧ ଯୋଗୁଁ ଆଜିର ଦିନଟିରେ ଆପଣଙ୍କ ଶୁଭ ମୟ ରହିବ । ପାରିବାରିକ କଳହରୁ ଦୂରେଇ ରହିବା ଭଲ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ତୁଳା – କର୍ମକ୍ଷେତ୍ରରୁ ଅଧିକାଂଶ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ବିଶାଖା ନକ୍ଷତ୍ର କିନ୍ତୁ ମଧ୍ୟାହ୍ନରେ ଅଫିସ ଭିତରେ ମିତ୍ରତା ବନ୍ଧନରେ ଅବଦ୍ଧ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା – କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଉପକାର କରିଥିବା ବ୍ୟକ୍ତି ଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇ ପଡିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ଧନୁ – ସକାଳୁ ସକାଳୁ ସାଧାରଣ ସାଧାରଣ କଥାରେ ଯୁକ୍ତିତର୍କ ବୃଦ୍ଧି ପାଇ କଳହର ରୂପ ନେଇପାରେ । କାର୍ଯ୍ୟପଦ୍ଧତି ବଦଳାଇ ବନ୍ଧୁଙ୍କ ସଦ୍ ଭାବ ଓ ସହକର୍ମୀଙ୍କ ସହ ଯୋଗ ଲାଭ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ମକର – ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖର ବନ୍ଧୁଙ୍କ ସହ ବାକ୍ୟାଳାପ କରି ସମାଲୋଚିତ ହେବାକୁ ପଡିପାରେ । ମନରେ ବିଭିନ୍ନ ପ୍ରକାରର ଭାବନା ସୃଷ୍ଟି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କୁମ୍ଭ  – ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇ କେତେକ କାମ ହାସଲ କରିବେ । କେତେକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ଶୁଭ ରଙ୍ଗ ହଳଦିଆ । ଶୁଭ ଅଙ୍କ ୪ ।

ମୀନ – କର୍ମକ୍ଷେତ୍ରରେ ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ । ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.