ସେପ୍ଟେମ୍ବର ୦୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 02, 2020 IST

ମେଷ – କର୍ମସ୍ଥ ଶନି ହେତୁ କୌଣସି ନୂଆଁ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ । ଯାନ ବାହନ. ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକନାରୁ ସୁଫଳ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ବୃଷ – କେନ୍ଦ୍ରସ୍ଥ ରବି ଓ ବୁଧ ଯୋଗୁ ଆଜିର ଆକସ୍ମିକ ଦୂରଯାତ୍ରା ସଙ୍ଗକୁ ବ୍ୟୟ ବହୁଳତା ମାନସିକ ଯନ୍ତ୍ରଣାର କାରଣ ହେବ । ପ୍ରତିବନ୍ଧକ କାରଣରୁ କାମଗୁଡିକ ସୁବିଧାରେ ନ ହେଉଥିବାରୁ ମନ ଭଲ ରହିବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ମିଥୁନ – ଆଜିର ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

କର୍କଟ – ଆଜି କର୍ମସ୍ଥ ମଙ୍ଗଳ ପାପଗ୍ରହ ଦୃଷ୍ଟିରୁ ଘରୋଇ କାମ ସଙ୍ଗକୁ ଅପିସ୍ କାମର ଜଞ୍ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ସିଂହ – ରାଶ୍ୟାଧିପତିଙ୍କ ଶୁଭତ୍ୱରୁ ଟିକିଏ ଦୂର ସ୍ଥାନକୁ ଯିବା ପାଇଁ ମନସ୍ଥ କରିଥିବାରୁ ଅତ୍ୟାବଶ୍ୟକ କାର୍ଯ୍ୟ ସମାପନ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

କନ୍ୟା – ସ୍ୱାସ୍ଥ୍ୟ ଭଲ ରହିବା ସହ କୌଣସି ନୂତନ କର୍ମାରମ୍ଭ କରି ସୁଖୀ ହୋଇପାରନ୍ତି । ସାଂସ୍କୃତିକ, ସାମାଜିକ ଅନୁଷ୍ଠାନରେ ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ତୁଳା – ବହୁତ ଦିନ ହେଲା ଯେମିତି ଭାବୁଥିଲେ ଆଜି ଠିକ୍ ସେମିତି ସମ୍ପନ୍ନ କରିବାରେ କିଚି ଅସୁବିଧା ହୋଇଯିବ, କିନ୍ତୁ ମନ ଅସ୍ଥିର ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ବିଛା – ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ ଅବଶ୍ୟ ବିଳମ୍ବିତ ସମୟରେ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ ଘଟିବ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ଧନୁ – ଆଜି ଦିନଟିରେ ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିିତି ସୃଷ୍ଟି କାମକୁ ସରସ ସୁନ୍ଦର କରିବ । କିନ୍ତୁ ଅଳସୁଆମି ପଣ ଓ କାଳକ୍ଷେପଣ ନୀତିରୁ ଦୂରେଇ ନ ରହିଲେ ସୁଯୋଗ ହରାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମକର – ବନ୍ଧୁ ମେଳରେ ଅଧିକାଂଶ ସମୟ ଅତିବାହିତକୁ ନେଇ ପରିବାରରେ ଯୁକ୍ତିର୍କର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଆଜି ହସ, ଖୁସୀ, ମଜା ମଉଜ ମଧ୍ୟରେ ଆପଣ ସମୟ ଅତିବାହିତ କରିବେ । ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୁରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ – ବନ୍ଧୁ ମେଳରେ ଅଧିକାଂଶ ସମୟ ଅତିବାହିତକୁ ନେଇ ପରିବାରରେ ଯୁକ୍ତିତର୍କରେ ସମ୍ମୁଖୀନ ହେବାକୁ ପଡିପାରେ । କିନ୍ତୁ ସନ୍ତାନଙ୍କ ଦାବିକୁ ଅଗ୍ରାହ୍ୟ କରି ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.