୨୫ ନଭେମ୍ବର, ରବିବାର

Published By : Prameya-News7 Bureau | November 25, 2018 IST

ମେଷ – ଘରୋଇ କାର୍ଯ୍ୟରେ ଉନ୍ନତି ଘଟିବ । ପଥରୋଧକୁ ଏଡାଇ ଆଗକୁ ବଢି ପାରନ୍ତି । ବହୁ ଧନର ଅଧିକାରୀ ହେବେ । ଉତ୍ତମ ବଂଶରୁ କନ୍ୟା ଆଣିବାର ଯୋଜନା ପ୍ରସ୍ତୁତ କରିବେ । ବୃଷ – ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ମିଥୁନ - କୃଷିରୁ ଲାଭବାନ ହେବେ । କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି । ପ୍ରୀତି ଲାଭ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ । କର୍କଟ- କାର୍ଯ୍ୟରେ ବାଧା ଉପୁଜି ପାରେ । ପରିଶ୍ରମର ମୂଲ୍ୟ ମିଳିପାରେ । ସନ୍ତୋଷ,ଶାନ୍ତି ସହିତ ଶ୍ରୀ ଲାଭ ହେବ । କର୍ମରେ ଉନ୍ନତି ଘଟିବ । ସିଂହ – ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଗୁଜବ ଶୁଣନ୍ତୁ ନାହିଁ । କାରଣ ମନକୁ ଆତଙ୍କିତ କରିପାରେ । କନ୍ୟା – ପରିସ୍ଥିତି ଆୟତ୍ତାଧୀନ ହେବ । ସୁଖ-ସନ୍ତୋଷ ଲାଭ କରିବେ । ହସ-ଖୁସିରେ ସମୟ ବିତାଇବେ । ସ୍ନେହ ଶ୍ରଦ୍ଧା ଲାଭ କରିବେ । ତୁଳା – କୌଣସି କାରଣରୁ କ୍ରୋଧ ବୃଦ୍ଧି ହୋଇପାରେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିଛା – ଭ୍ରାତୃ ବିବାଦର ଅବସାନ ଘଟିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ପଦୋନ୍ନତି ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଧନୁ – ବହୁ ଶୁଭ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ନିଜ ସମ୍ମାନକୁ ଜଗି କାର୍ଯ୍ୟ କରିବାକୁ ହେବ । ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ପ୍ରଶଂସା ମିଳିବା ବିଳମ୍ବିତ ହେବ । ମକର – ପାରିବାରିକ ଅଶାନ୍ତି ଦେଖା ଦେଲେ ବି ତାହା ମାତ୍ର କ୍ଷଣିକ ପାଇଁ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସମ୍ମାନ ବଜାୟ ରଖିବେ । କୁମ୍ଭ - ଧନାଗମର ସୁଯୋଗ ଅଛି । ଚଞ୍ଚଳ ମନା ହେବେ । କୀର୍ତ୍ତିମାନ ହୋଇପାରନ୍ତି । ବ୍ୟକ୍ତିବିଶେଷରେ ପରିଗଣିତ ହେବେ । ମନ ପ୍ରଫୁଲ୍ଲ ରହିବ । ମୀନ - କାର୍ଯ୍ୟରେ ଅଗ୍ରଗତି ଘଟିବ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ । ଉତ୍ତମ ଭୋଜନ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.