Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଅଗଷ୍ଟ ୨୯ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

29/08/2020 at 6:48 AM

ମେଷ – ସ୍ୱଗୃହୀ ମଙ୍ଗଳଙ୍କ ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବ ପରି ଅକ୍ଷୁର୍ଣ୍ଣ ରହିବ । ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହା କରନ୍ତୁନା କାହିଁକି ସବୁ କାମରେ ସିଦ୍ଧି ଲାଭ ଅବଶ୍ୟମ୍ଭାବୀ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ଶନିଙ୍କ ଦୃଷ୍ଟି କୁପ୍ରଭାବରେ ଭାଇ, ବନ୍ଧୁ କିମ୍ବା ପଡୋଶୀ, ସହକର୍ମୀଙ୍କ ସହ ସୁସମ୍ପର୍କ ରହି ନ ପାରେ । ମାନସିକ ସ୍ଥିତି ଠିକ୍ ରହିଲେ ମଧ୍ୟ ସମ୍ୟା ସମାଧାନରେ ପ୍ରତାରିତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମିଥୁନ – ରାହୁ ଯୁକ୍ତ ଶୁକ୍ର ଓ ଅଷ୍ଟମ ଶନିଙ୍କ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର ନ କରି କାମ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

କର୍କଟ – ରାଶ୍ୟାଧିପ ତୃତୀୟସ୍ଥ ଯୋଗୁ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ମନରେ ସାହସ ଭରି ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ସିଂହ – ସ୍ୱଗୃହୀ ରବି ଧନ ଏକାଦଶାଧିପତି ଯୁକ୍ତ କାରଣରୁ ପଦସ୍ଥବ୍ୟକ୍ତିଙ୍କ ସାହାର୍ଯ୍ୟରୁ ଅର୍ଥ ଓ ସମ୍ମାନ ଲାଭ କରିବେ । ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶରେ ଦୂର ଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କନ୍ୟା – ଧନାଧିପତିଙ୍କ ପାପସଂଯୁକ୍ତ ହେତୁ ଆର୍ଥିକ ପରିସ୍ଥିତି କ୍ରମଶଃ ନିମ୍ନାଭିମୁଖୀ ହୋଇପାରେ । ଭଲ ସମ୍ପର୍କ ଥିବା ସମ୍ପର୍କୀୟମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ଧାରଣାର ବଶବର୍ତ୍ତୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ତୁଳା – ଶନିଙ୍କ ସୁପ୍ରଭାବରେ ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବା ସହ ପାରିବାରିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ବିଛା – ରାଶିପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ଦୈହିକ ସୁସ୍ଥତା ଫେରି ଆସିବ । ହଜିଯାଇଥିବା ଧନ ଭାଙ୍ଗିଯାଇଥିବା ସମ୍ପର୍କ ପୁନଶ୍ଚ ଫେରି ଆସିବାର ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଧନୁ – ମୁଖ ଭାବରେ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ଅନୁପ୍ରେରିତ କରିବ । ଅଭାବ ରହିବନି ଏବଂ ଯାହା ଚାହୁଁଛନ୍ତି ତାହା ଅବଶ୍ୟ କାର୍ଯ୍ୟରେ ପରିଣତ କରିପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମକର – ଚତୁର୍ଥ ଓ ସପ୍ତମାଧିପ ଶୁଭ ଭାବରେ ଥିବାରୁ ମନ ଅନୁଯାୟୀ କାମ କରିବେ ଏବଂ ତଦନୁସାରେ ସୁଫଳ ମଧ୍ୟ ପାଇବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃହ୍‌ଟି କରିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

କୁମ୍ଭ – ତୃତୀୟାଭାବରେ ସ୍ୱଗୃହୀ ମଙ୍ଗଳ ଆପଣଙ୍କ ଭ୍ରାତୃସୌଖ୍ୟ ଓ ଜମିଜମା କିଣାବିକା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମୀନ – କଥାରେ କଠୋରତା କାମରେ ବିଫଳତା ମାନସିକ ଅଶାନ୍ତିର କାରଣ ହେବ । ଅସଫଳତାରେ ଅଂଶୀଦାର ବ୍ୟବସାୟୀଙ୍କ ସହ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନମନାନ୍ତର ଦେଖା ଦେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

   Related Posts