Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ୨୬ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

26/08/2020 at 6:57 AM

ମେଷ – ମଙ୍ଗଳଙ୍କ ସପ୍ତମରେ ଚନ୍ଦ୍ର ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ । ସତର୍କତା ଅଭାବରୁ ଧନହାନି ଘଟିବାର ସୂଚନା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – କେତେକ କ୍ଷେତ୍ରରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲେ ମଧ୍ୟ ଫଳ ମିଳିବ ଓଲଟା, ଯାହାକୁ ନିଜର ବୋଲି ଖୋଲା ମନ ନେଇ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ମିଥୁନ – ପାରିବାରିକ ସମସ୍ୟା ହିଁ ଆଜିର ମୁଖ୍ୟ ଦୁଶ୍ଚିନ୍ତାର କାରଣ ହେବ । ଏହା ସାଙ୍ଗକୁ ଦେହ ଭଲ ନ ଲାଗିବା କାରଣରୁ ମଧ୍ୟ ନିରୁତ୍ସାହିତ ରହିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

କର୍କଟ – ଶୁକ୍ର ପାପଗ୍ରହ ରାହୁ ଯୁକ୍ତ କାରଣରୁ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଆର୍ଥିକ ଅବସ୍ଥା ଭଲ ନ ହେଲେ ମଧ୍ୟ ମନ୍ଦ ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ସିଂହ – ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ଯୋଡି ହୋଇଯିବ । କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

କନ୍ୟା – ଚତୁର୍ଥସ୍ଥ କେତୁ ଯୁକ୍ତ ବୃହସ୍ପତି କାରଣରୁ ପରିବେଶ ଓ ପରିସ୍ଥିତି ବଦଳିଯିବ । ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ଯାହାକୁ ନିଜ ସପକ୍ଷରେ ଆଣିବାକୁ ଚାହୁଁଛନ୍ତି, ତାହା ଭଲ ହୋଇ ନ ପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ତୁଳା – ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ ମଧ୍ୟ କରିପାରିବେନି । ବନ୍ଧୁ କିମ୍ବା ସହକର୍ମୀଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ବିଛା – ଆଜିର ଦ୍ୱାଦଶସ୍ଥ ପ୍ରଭାବରେ ଚନ୍ଦ୍ର ଆତ୍ମୀୟସ୍ୱଜନମାନଙ୍କ ଅନାଦାର ଭାବ ଓ ବେଖାତିର କଥାରୁ ଦୁଶ୍ଚିନ୍ତା ବଢିଯିବ । ହଠାତ୍ ଆରମ୍ଭକରିବାକୁ ମନସ୍ଥ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ଧନୁ – ଆଜି ଦିନସାରା କଠୋର ପରିଶ୍ରମଜନିତ ଶାନ୍ତିର ସୁନିଦ୍ରା ମଧ୍ୟ ନ ହୋଇପାରେ । କୌଣସି ନୂତନ କର୍ମାରମ୍ଭ ପରିକଳ୍ପନା କରିପାରନ୍ତି । ଉତ୍ତରାଷାଢା ନକ୍ଷତ୍ରର ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମକର – ଆଜିର ଯାତ୍ରା, ବାଣିଜ୍ୟ, ବିବାଦୀୟ ପରିସ୍ଥିତି, ଆଲୋଚନା, ସଭାସମିତି ପ୍ରଭୃତିରୁ ସନ୍ତୋଷଜନକ ଫଳ ପାଇବେ । ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ହଟିଯିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

କୁମ୍ଭ – ଆଜିର କାମଗୁଡିକ ବହୁତ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ଅନ୍ୟମାନଙ୍କ ନିକଟରୁ ସାହାର୍ଯ୍ୟ ଆଶା ନିରର୍ଥକ ହୋଇପାରେ । ସ୍ୱାସ୍ଥ୍ୟରେ ଉତ୍ତମ ପରିଲକ୍ଷିତ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମୀନ – ଆଜିର ଗ୍ରହସ୍ଥିତି ଆପଣଙ୍କୁ ତ୍ୱରିତ୍ ନିଷ୍ପତ୍ତି ନେବାରେ ସହାୟକ ହେବ ନାହିଁ । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶତ୍ରୁମାନେ ମିତ୍ରଭଳି ଆଚରଣ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

   Related Posts