୨୪ ନଭେମ୍ବର, ଶନିବାର

Published By : Prameya-News7 Bureau | November 24, 2018 IST

ମେଷ – ନଷ୍ଟ ଦ୍ରବ୍ୟର ସମ୍ମାନ ମିଳିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିବାଦୀୟ ନିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ବୃଷ – ଆୟ ଉତ୍ତମ ଧରଣର ହେବ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିପାରେ । ମିଥୁନ - ବିଳାସ ବ୍ୟସନର ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣି ପାରନ୍ତି । ଆୟ ବୃଦ୍ଧି ଘଟିପାରେ । କାର୍ଯ୍ୟ ସଫଳତା ଲାଭ କରିବେ । ସରକାରୀ ସ୍ତରରୁ ଅର୍ଥ ମିଳିପାରେ । କର୍କଟ- କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆୟ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟବାନ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ସିଂହ – ଦିଶଁ ଦର୍ଶନ ଶୁଭଦାୟକ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । କାର୍ଯ୍ୟ ବିଘ୍ନ ବହୁଳ ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କନ୍ୟା – ବିଶେଷ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ବନ୍ଧୁ ମିଳନରେ ଉପକୃତ ହେବେ । ତୁଳା – ଶୁଭ ସମାଚାର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ସତ୍ ସଙ୍ଗୀ ହେବେ । ଶୁଭ କର୍ମ ପାଇଁ ବାତାବରଣ ଅନୁକୂଳ ରହିଛି । ଚାକିରି କ୍ଷେତ୍ରରେ ଢେର ଉନ୍ନତି ଘଟିବ । ବିଛା – ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଭଣ୍ଡାର ପରିପୂର୍ଣ୍ଣ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଧନୁ – କୃଷିକ୍ଷେତ୍ର ଉପରେ ଧ୍ୟାନ ଦେଇପାରନ୍ତି । ଯାନବାହନ ଜନିତ ସୁଖ ଭୋଗ କରିବେ । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ । ମକର – ଅପବାଦକୁ ଉପେକ୍ଷା ନ କରି କର୍ମକ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢିବେ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ । କୁମ୍ଭ - ଉଚ୍ଚ ଆଶା ଫଳବତୀ ହେବ । ଯଶସ୍ୱୀ ହେବେ । ଉପୁଜି ଥିବା ସମସ୍ୟା ଦୂର ହେବ । ସୁସ୍ଥ ଓ ନିରାମୟ ରହିବେ । ଚଞ୍ଚଳମନା ହୋଇପାରନ୍ତି । ମୀନ - କର୍ମକ୍ଷେତ୍ରରେ ପଶ୍ଚାତ୍ପଦ ନ ହୋଇ ଆଗକୁ ମାଡି ଚାଲିବେ । ଧନବାନ ହେବେ । ଗୁଣ ଯୁକ୍ତ ହୋଇପାରନ୍ତି । ଉର୍ପାଜନକାରୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.